Get Updates
Get notified of breaking news, exclusive insights, and must-see stories!

ପ୍ରଥମ ଭାରତୀୟ ଆଥଲେଟ ଭାବେ ନୀରଜ ଜିତିଲେ ଡାଇମଣ୍ଡ ଟ୍ରଫି

ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଆଉ ଏକ ବିଶ୍ବ କିର୍ତ୍ତୀମାନ । ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ହାତେଇଛନ୍ତି ନୀରଜ ।

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ଆଉ ଏକ ବିଶ୍ବ କିର୍ତ୍ତୀମାନ । ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ହାତେଇଛନ୍ତି ନୀରଜ । ଡାଇମଣ୍ଡ ଲିଗ୍ ଫାଇନାଲରେ ୮୮ ଦଶମିକ ୪୪ ମିଟର ଜାଭେଲିନ ଥ୍ରୋ କରି ସେ ଟାଇଟେଲ ଜିତିଛନ୍ତି।

 Neeraj Chopra

୨୦୧୭ ଓ ୨୦୧୮ରେ ନୀରଜ ଡାଇମଣ୍ଡ ଲିଗ୍ ଫାଇନାଲ କ୍ୱାଲିଫାଏ କରିଥିଲେ ବି ଟାଇଟେଲ ଜିତିପାରି ନଥିଲେ । ସେପ୍ଟେମ୍ବର ୮ରେ ଜୁରିକଠାରେ ହୋଇଥିବା ଡାଇମଣ୍ଡ ଲିଗ୍ ଫାଇନାଲରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣିମ ବିଜୟ ହାସଲ କରିଛନ୍ତି ନୀରଜ। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୨ରେ ବିଶ୍ୱ ଆଥଲେଟ ଚାମ୍ପିୟନସିପରେ ସିଲଭର ମେଡାଲ ଜିତିଥିଲେ ନୀରଜ ଚୋପ୍ରା ।

ଫାଇନାଲ ରାଉଣ୍ଡରେ ନୀରଜ ୮୮.୪୪ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ ନୀରଜ । ଅନ୍ୟ କୌଣସି ପ୍ରତିଯୋଗୀ ତାଙ୍କ ସମକକ୍ଷ ହୋଇ ପାରିନଥିଲେ । ନୀରଜଙ୍କ ପ୍ରଥମ ପ୍ରୟାସ ଫାଉଲ ହୋଇଥିଲା । ପରବର୍ତ୍ତୀ ପ୍ରୟାସରେ ସେ ୮୮.୪୪ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ଏହାପରେ ସେ ଯଥାକ୍ରମେ ୮୮.୦୦ ମିଟର, ୮୬.୧୧ ମିଟର, ୮୭.୦୦ ଓ ୮୩. ୬୦ ମିଟର ଦୂର ଜାଭେଲିନ ଫିଙ୍ଗିଥିଲେ । ଅଲମ୍ପିକ ରୌପ୍ୟ ପଦକ ବିଜେତା ଜାକୁବ ଭେଦଡେଜ ସର୍ବାଧିକ ୮୬, ୯୪ ମିଟର ଦୂର ଜାଭେଲିନ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହି ସନ୍ତୁଷ୍ଟ ହୋଇଥିଲେ । ଜର୍ମାନୀର ଜୁଲିଆନ ୱେବର ୮୩.୭୩ ମିଟର ଜାଭେଲିନ ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+