ପୁଣି କମାଲ କଲେ ସୁନା ପୁଅ, କଳିଙ୍ଗରେ ସ୍ଵର୍ଣ୍ଣ ଜିତିଲେ ନୀରଜ ଚୋପ୍ରା
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଫେଡେରେସନ କପ୍ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ୨୭ତମ ସଂସ୍କରଣର ଶେଷ ଦିନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଜାଭେଲିନ ତାରକା ନୀରଜ ଚୋପ୍ରା । ଭୁବନେଶ୍ୱରରେ ଚାଲିଥିବା ଏହି କପରେ ନୀରଜ ୮୨.୨୭ ମିଟର ଜାଭଲିନ୍ ଥ୍ରୋ କରି ସଫଳତା ହାସଲ କରିଛନ୍ତି । ଡୋପୀ ମନୁଙ୍କୁ ପଛରେ ପକାଇ ନୀରଜ ସ୍ୱର୍ଣର୍ ପଦକ ଜିତିଛନ୍ତି ।
ଭାରତର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ୨୭ ତମ ନ୍ୟାସନାଲ ଫେଡେରେସନ କପରେ ସୁନ୍ଦର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ପ୍ୟାରିସ ଅଲମ୍ପିକ ୨୦୨୪ ପୂର୍ବରୁ ନୀରଜ ଫର୍ମକୁ ଫେରିବା ଭାରତ ପାଇଁ ପୁଣି ଆଶା ସଂଚାର କରିଛି ।
ଜାତୀୟ ସିନିୟର ଫେଡେରେସନ କପ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଅଲିମ୍ପିକ ଓ ଏସିଆନ ଗେମ୍ସ ଚାମ୍ପିଅନ ନୀରଜ ଚୋପ୍ରା ଜାଭେଲିନ ସ୍ୱର୍ଣ୍ଣ ଜିତିଛନ୍ତି।

ସେପଟେ ଜାତୀୟ ସିନିୟର ଫେଡେରେସନ କପ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଓଡ଼ିଶା ତାରକା କିଶୋର ଜେନା କିନ୍ତୁ ନିରାଶ କରିଛନ୍ତି । ପ୍ରଥମ ତିନିଜଣଙ୍କ ମଧ୍ୟରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି କିଶୋର । ଡି.ପି ମନୁ ୮୨ ଦଶମିକ ୬ ମିଟର ଥ୍ରୋ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଉତ୍ତମ ପାଟିଲ ୭୮ ଦଶମିକ ୩୯ ମିଟର ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଶୁଭେଚ୍ଛା ଜଣାଇଛନ୍ତି। ନୀରଜ ତାଙ୍କ ଖେଳ କ୍ୟାରିୟରରେ ବଡ଼ ବଡ଼ ମାଇଲଖୁଣ୍ଟ ହାସଲ କରି ଦେଶକୁ ଗର୍ବିତ କରନ୍ତୁ। ତାଙ୍କର ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।












Click it and Unblock the Notifications