World Athletics Championships : ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା
ପୁଣି ଇତିହାସ ରଚିଲେ ସୁନା ପୁଅ । ଇତିହାସ ସୃଷ୍ଟି କଲେ ନୀରଜ ଚୋପ୍ରା । ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୩ରେ ଜିତିଲେ ସ୍ୱର୍ଣ୍ଣ । ୮୮.୧୭ ମିଟରକୁ ଜାଭେଲିନ୍ ଫିଙ୍ଗି ଏହି କୃତିତ୍ୱ ସେ ହାସଲ କରିଛନ୍ତି ।
ନୀରଜ ପ୍ରଥମ ଥ୍ରୋରେ ଫାଉଲ କରିଥିଲେ ହେଲେ ଦ୍ୱିତୀୟ ଥ୍ରୋରେ ସେ ୮୮.୧୭ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ସ୍ୱର୍ଣ୍ଣ ଜିତିଛନ୍ତି । ଆଉ ରଚିଥିଲେ ଇତିହାସ । ପାକିସ୍ତାନର ଆର୍ଶଦ ନଦିମ ୮୭.୮୨ ମିଟର ଥ୍ରୋ ସହିତ ରୌପ୍ଯ ପଦକ ଜିତିଛନ୍ତି । ଚେକ୍ ରିପବ୍ଲିକର ଜାକୁବ ଭେଡଲେକ୍ ୮୬.୬୭ ମିଟର ଶ୍ରେଷ୍ଠ ଥ୍ରୋ ସହିତ ବ୍ରୋଞ୍ଜ ପଦକକୁ ହାସଲ କରିଥିଲେ ।

ଫାଇନାଲରେ ନୀରଜଙ୍କ ସହ ଅନ୍ୟ ଦୁଇ ଭାରତୀୟ ଖେଳାଳି ଡିପି ମନୁ ଏବଂ କିଶୋର ଜେନା ମଧ୍ୟ ଥିଲେ । ଓଡ଼ିଆକ ପୁଅ କିଶୋର ୮୪.୭୭ ମିଟରର ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ଥ୍ରୋ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି । ସେହିପରି ୮୪.୧୪ ମିଟରର ଶ୍ରେଷ୍ଠ ଥ୍ରୋ ସହିତ ଡିପି ମନୁ ଷଷ୍ଠ ସ୍ଥାନରେ ରହିଛନ୍ତି।
କୌଣସି ଆଥଲେଟ୍ ପୁରା ମୁକାବିଲାରେ ନୀରଜଙ୍କ ଠାରୁ ଅଧିକ ଦୂର ଅତିକ୍ରମ କରିପାରି ନଥିଲେ । ଆଉ ଶେଷରେ ସାରା ଭାରତ ପାଇଁ ଗୌରବ ଆଣିଥିଲେ ସୁନା ପୁଅ ନୀରଜ ।
ତାଙ୍କର ଏହି ସଫଳତା ପରେ ସବୁଠୁ ପ୍ରଶଂସାର ସୁଅ ଛୁଟୁଛି । ସୋସିଆଲ ମିଡ଼ିଆଠୁ ଆରମ୍ଭ କରି ସବୁଠି ଟ୍ରେଣ୍ଡ ହେଉଛନ୍ତି ସୁନା ପୁଅ ।












Click it and Unblock the Notifications