ନୀରଜ ଚୋପ୍ରାଙ୍କୁ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍
ନୀରଜ ଚୋପ୍ରାଙ୍କୁ ସେନା ପକ୍ଷରୁ ବଡ଼ ସମ୍ମାନ। ଜାଭେଲିନ୍ ଥ୍ରୋରେ ଦୁଇ ଥର ଅଲିମ୍ପିକ୍ ମେଡାଲିଷ୍ଟ୍ ନୀରଜ ଚୋପ୍ରାଙ୍କୁ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ ପ୍ରଦାନ କରିଛି ଭାରତୀୟ ସେନା। ଏନେଇ ଗେଜେଟ୍ ଅଫ୍ ଇଣ୍ଡିଆରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୧୬ରେ ଭାରତୀୟ ସ୍ଥଳସେନାରେ ଜୁନିଅର୍ କମିଶନ୍ଡ ଅଫିସର୍ ଭାବେ ନାଏବ ସୁବେଦାର୍ ରାଙ୍କରେ ଯୋଗ ଦେଇଥିଲେ ନୀରଜ ଚୋପ୍ରା। ୨୦୨୧ରେ ସେ ସୁବେଦାର୍ ଭାବେ ପଦୋନ୍ନତି ପାଇଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିବା ପରେ, ୨୦୨୨ରେ ପଦ୍ମଶ୍ରୀ ସହ ତାଙ୍କୁ ସେନାରେ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର ପରମ ବିଶିଷ୍ଟ ସେବା ମେଡାଲ୍ ମିଳିଥିଲା।

୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିବା ପରେ ସେ ସୁବେଦାରରୁ ସୁବେଦାର୍ ମେଜର ଭାବେ ପଦୋନ୍ନତି ପାଇଥିଲେ। ଆସନ୍ତାକାଲି ଠାରୁ ଦୋହା ଡାଇମଣ୍ଡ ଲିଗ୍ ଆରମ୍ଭ କରିବା ପୂର୍ବରୁ, ତାଙ୍କୁ ଟେରିଟୋରିଆଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅନରାରୀ ରାଙ୍କ୍ ପ୍ରଦାନ କରାଯାଇଛି।












Click it and Unblock the Notifications