ବରିଷ୍ଠଙ୍କ ଅନୁପସ୍ଥିତିରେ କନିଷ୍ଠଙ୍କୁ ହରାଇବା ସହଜ: କାରବିଆନ୍ କ୍ୟାପଟେନ୍ ପୁରନ୍

ଶୁକ୍ରବାର ଠାରୁ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ଭାରତର ଅନେକ ତାରକା ଖେଳାଳି ଏହି ସିରିଜରେ ଖେଳିବେ ନାହିଁ ।

ନୂଆଦିଲ୍ଲୀ: ଇଂଲଣ୍ଡକୁ ନିଜ ଘରୋଇ ମାଟିରେ ଦିନିକିଆ ଆଉ ଟି-20 ସିରିଜରେ ମାତ୍ ଦେବା ପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜରେ ପହଞ୍ଚିଛି । ଶୁକ୍ରବାର ଠାରୁ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ଭାରତର ଅନେକ ତାରକା ଖେଳାଳି ଏହି ସିରିଜରେ ଖେଳିବେ ନାହିଁ ।

IND vs WI

ଏଭଳି ପରିସ୍ଥିତିରେ ଭାରତ ଏହାର ବେଞ୍ଚ ଶକ୍ତି ପରୀକ୍ଷା କରିବାକୁ ଏକ ଭଲ ସୁଯୋଗ ପାଇବ। ଯଦିଓ ରୋହିତ-ବିରାଟଙ୍କ ଭଳି ଖେଳାଳି ଖେଳୁ ନାହାଁନ୍ତି। ତଥାପି, ଭାରତୀୟ ଦଳରେ ଏପରି ଅନେକ ଯୁବ ଖେଳାଳି ଅଛନ୍ତି, ଯେଉଁମାନେ ସାମ୍ପ୍ରତିକ ସମୟରେ ସେମାନଙ୍କ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଏହା ସତ୍ତ୍ୱେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ନିକୋଲାସ ପୁରନ ଟିମ ଇଣ୍ଡିଆକୁ ହାଲୁକା ଭାବେ ଗ୍ରହଣ କରୁଛନ୍ତି। ଭାରତୀୟ ଦଳ ବିଷୟରେ ସେ ଦେଇଥିବା ବିବୃତ୍ତିରୁ ଏହା ଦେଖାଯାଉଛି।

ୱେଷ୍ଟଇଣ୍ଡିଜ୍ ଅଧିନାୟକ ନିକୋଲାସ ପୁରନ ଟାଇମ୍ସ ଅଫ୍ ଇଣ୍ଡିଆ ସହ ବାର୍ତ୍ତାଳାପରେ କହିଛନ୍ତି ଯେ, ଅନେକ ଭାରତୀୟ ଖେଳାଳି ଦିନିକିଆ ସିରିଜରେ ଭାଗ ନେଉ ନାହାଁନ୍ତି । ତେଣୁ ଆମ କାର୍ଯ୍ୟ ସହଜ ହେବ । ବାସ୍ତବରେ, ପୁରାନ କହିବାକୁ ଚାହିଁଥିଲେ ଯେ, ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ କାରିବିଆନ ଦଳ ଭାରତକୁ ସହଜରେ ପରାସ୍ତ କରି ପାରିବ । ତେବେ ଭାରତୀୟ ବେଞ୍ଚର ଶକ୍ତି ବିଷୟରେ ପୁରନ ଅବଗତ ଅଛନ୍ତି। ସେଥିପାଇଁ ସେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଭେଟେରାନ୍ ଖେଳାଳି ନଥିଲେ ମଧ୍ୟ ଦଳକୁ ହାଲୁକା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ତାଙ୍କର ଅନେକ ଖେଳାଳି ଅଛନ୍ତି, ଯେଉଁମାନେ କି କିମ୍ବଦନ୍ତୀ ଖେଳାଳିଙ୍କ ଭୂମିକା ଗ୍ରହଣ କରିପାରନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ପରିସ୍ଥିତିରେ ଯେତେବେଳେ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-20 ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି । ଜୁଲାଇ 29ରୁ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଏଥିଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ୱେଷ୍ଟଇଣ୍ଡିଜ୍ ଅଧିନାୟକ କହିଛନ୍ତି ଯେ, ଭାରତରେ ଉଭୟ ବଲ ଏବଂ ବ୍ୟାଟ ସହିତ ମ୍ୟାଚ୍ ବିଜେତା ଅଛନ୍ତି । କିନ୍ତୁ, ମୁଁ ନିଶ୍ଚିତ ଯେ ଆମେ ଉଭୟ ଏଠାରେ ଏବଂ ଫ୍ଲୋରିଡା ଠାରେ (ଯେଉଁଠାରେ ଶେଷ ଦୁଇଟି ଟି-20 ଖେଳାଯିବ) ସେମାନଙ୍କୁ ଚ୍ୟାଲେଞ୍ଜ କରିବାକୁ ସମର୍ଥ ହେବୁ । ୱେଷ୍ଟଇଣ୍ଡିଜ୍ ଦଳ ବିଶ୍ୱକୁ ଏକ ବାର୍ତ୍ତା ପଠାଇବାକୁ ଯାଉଛି ଏବଂ ଏହା ଏକ ଗୋଷ୍ଠୀ ଭାବରେ ଆମ ପାଇଁ ବହୁତ ଭଲ ହେବ ।

ଶିଖର ଧାୱନ ଭାରତୀୟ ଦଳର କମାଣ୍ଡ ଦାୟିତ୍ୱ ଗ୍ରହଣ କରିବେ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶିଖର ଧାୱନ ଭାରତୀୟ ଦଳକୁ ଅଗ୍ରଣୀ କରାଇବେ। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଇଶାନ କିଶନଙ୍କ ଭଳି ଖେଳାଳି ମଧ୍ୟ ଏହି ଦଳରେ ଅଛନ୍ତି । ଯିଏ ସାମ୍ପ୍ରତିକ ସମୟରେ ଭଲ ପ୍ରଦର୍ଶନ କରିଛନ୍ତି । ଭାରତୀୟ ବୋଲିଂରେ ମଧ୍ୟ ଧାର ରହିଛି। ଯେହେତୁ ୟୁଜବେନ୍ଦ୍ର ଚହଲ ପ୍ରତ୍ୟାବର୍ତ୍ତନ କରିଥିଲେ, ତାଙ୍କ ପ୍ରଦର୍ଶନ ଭଲ ଥିଲା । ଏହା ବ୍ୟତୀତ ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ ଏବଂ ମହମ୍ମଦ ସିରାଜଙ୍କ ରୂପରେ ଭଲ ଦ୍ରୁତ ବୋଲର ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+