ଆଇପିଏଲ 2022ରେ କଟକ ଟିମକୁ କିଣିପାରନ୍ତି ନବୀନ ଜିନ୍ଦଲ: ରିପୋର୍ଟ
ଜାତୀୟ ଗଣମଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାଇ, ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍ (ଜେଏସପିଏଲ)ର ଚେୟାରମ୍ୟାନ୍ ନବୀନ ଜିନ୍ଦଲ କଟକ ଦଳ ପାଇଁ ବିଡ ଭରୀ ପାରନ୍ତି ବୋଲି ଚର୍ଚ୍ଚ ହେଉଛି ।
ଭୁବନେଶ୍ୱର: ଆଇପିଏଲ 2022ରେ ଆସିବ କଟକ ଟିମ । ଇଷ୍ଟଜୋନ ମଧ୍ୟରେ କଟକ ସିଟି ପାଇଁ ବିଡ୍ ଖୋଲିଛି ବିସିସିଆଇ । ତେବେ ଏହି ଖବର ପ୍ରକାଶ ପାଇବା ପରେ କଟକ ଟିମକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ଜାତୀୟ ଗଣମଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାଇ, ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍ (ଜେଏସପିଏଲ)ର ଚେୟାରମ୍ୟାନ୍ ନବୀନ ଜିନ୍ଦଲ କଟକ ଦଳ ପାଇଁ ବିଡ ଭରୀ ପାରନ୍ତି ବୋଲି ଚର୍ଚ୍ଚ ହେଉଛି ।

ସେହିପରି ଇଂରାଜୀ ପ୍ରିମିୟର ଲିଗର ମଞ୍ଚେଷ୍ଟର ୟୁନାଇଟେଡର ମାଲିକ ଗ୍ଲେଜର ଫ୍ୟାମିଲ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ନୂଆ ଫ୍ରାଞ୍ଚାଇଜ୍ କିଣିବାକୁ ଆଗ୍ରହୀ ଥିବା ଜଣାପଡିଛି।
ପ୍ରସିଦ୍ଧ କ୍ରିକେଟ ୱେବସାଇଟ୍ କ୍ରିକବଜ୍ କହିଛି, "ଏକ ୟୁରୋପୀୟ ଫୁଟବଲ୍ କ୍ଲବ୍, ଯେ ପୂର୍ବୁର ରଗବୀ ଲିଗ୍ ମାଲିକ ଏବଂ ପୂର୍ବରୁ ଫର୍ମୁଲା ୱାନର ଆୟୋଜକ ଥିଲେ ଏବଂ ଏକ ଇସ୍ପାତ, ଶକ୍ତି ଏବଂ କୋଇଲା ଉତ୍ପାଦନ କରୁଥିବା ଓଡ଼ିଶା ଭିତ୍ତିକ ଶିଳ୍ପ ସଂସ୍ଥା ନୂତନ ଆଇପିଏଲ ଫ୍ରାଞ୍ଚାଇଜ୍ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । "
ସୂଚନାଥାଉ କି, ପ୍ରସ୍ତାବିତ ଦୁଇଟି ନୂତନ ଆଇପିଏଲ୍ ଦଳର ମାଲିକାନା ତଥା ପରିଚାଳନା ପାଇଁ ଟେଣ୍ଡର (ITT) ପାଇଁ ଅକ୍ଟୋବର 5 ର ପ୍ରାରମ୍ଭିକ ସମୟ ସୀମା ଅକ୍ଟୋବର 10 କୁ ବୃଦ୍ଧି କରାଯାଇଛି। ITT ପାଇଁ ଦଶ ଲକ୍ଷ ଟଙ୍କା ଟେଣ୍ଡର ଫି ରଖାଯାଇଛି । ଯାହା ଫେରସ୍ତ ହୋଇପାରିବ ନାହିଁ ।












Click it and Unblock the Notifications