ଆଜିଠୁ ଭୁବନେଶ୍ବରରେ ଜାତୀୟ ଭଲିବଲ ଚାମ୍ପିଅନସିପ୍
ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଜାତୀୟ ଭଲିବଲ ଚାମ୍ପିଅନସିପ୍। ୩୨ ଟି ପୁରୁଷ ଦଳ ଓ ୩୨ଟି ମହିଳା ଦଳରେ ପ୍ରାୟ ୧୫ଶହ ଖେଳାଳି ଓ ଅଫିସିଆଲ ଚାମ୍ପିଅନସିପ୍ରେ ଭାଗ ନେଉଛନ୍ତି।
ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଜାତୀୟ ଭଲିବଲ ଚାମ୍ପିଅନସିପ୍। ୩୨ ଟି ପୁରୁଷ ଦଳ ଓ ୩୨ଟି ମହିଳା ଦଳରେ ପ୍ରାୟ ୧୫ଶହ ଖେଳାଳି ଓ ଅଫିସିଆଲ ଚାମ୍ପିଅନସିପ୍ରେ ଭାଗ ନେଉଛନ୍ତି।

ତେବେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନ ଆଧାରରେ ଆଗାମୀ ଏସିଆନ ଭଲିବଲ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳ ଚୟନ ହେବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ଲଗାତର ଦ୍ୱିତୀୟ ଥର ପାଇଁ ଜାତୀୟ ସିନିୟର ଚାମ୍ପିଅନସିପ୍ ଆୟୋଜନ କରୁଛି । ଜାତୀୟ ଭଲିବଲରେ ରେଳବାଇ, କର୍ଣ୍ଣାଟକ, ତାମିଲନାଡୁ ଭଳି ଟିମର ଦବଦବା ରହିଥିବା ବେଳେ ଓଡ଼ିଶା ବି ଏଥର ଆୟୋଜକ ଭାବେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି।
ଏନେଇ ଓଡ଼ିଶା କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶେଖର ଓଝା କହିଛନ୍ତି ଯେ କ୍ୟାମ୍ପ ୫ ଦିନ ହେଲା ଚାଲିଛି। ତେବେ କରୋନା ସମୟରେ ଅଭ୍ୟାସ ଭଲ ଭାବରେ ହୋଇପାରିଲା ନାହିଁ। ତେବେ ଏଥର ଭଲ ଟିମ୍ ଅଛି ତେଣୁ ଭଲ ରେଜଲ୍ଟ ହେବ ବୋଲି ଶୁଭ୍ରାଂଶ ଶେଖର ଓଝା କହିଛନ୍ତି।












Click it and Unblock the Notifications