Get Updates
Get notified of breaking news, exclusive insights, and must-see stories!

National Sports Day 2025: ଆଜି ଜାତୀୟ କ୍ରୀଡା ଦିବସ କେବେ ଓ କାହିଁକି ପାଳନ ହୁଏ ?

ମେଜର ଧ୍ୟାନଚାନ୍ଦ ବା ହକିର ଯାଦୁଗର, ଦେଶ ପ୍ରତି ବର୍ଷ ତାଙ୍କର ଜୟନ୍ତୀକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିଥାଏ । ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଉତ୍ତରପ୍ରଦେଶର ଇଲାହାବାଦ ଜିଲ୍ଲାରେ ହୋଇଥିଲା । ହକି ଦୁନିଆରେ ମେଜର ଧ୍ୟନଚାନ୍ଦ ଯେଉଁ ରୂପରେଖ ପ୍ରସ୍ତୁତ କରିଥିଲେ ତାହା ସମସ୍ତେ ଜାଣିଛନ୍ତି । ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୨୦୧୨ରେ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରିବାକୁ ନିଷ୍ପତି ନିଆଯାଇଛି ।

କିନ୍ତୁ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଦେବା ପାଇଁ ଅନେକ ବିଳମ୍ବ ହୋଇ ଯାଇଥିଲା ବୋଲି । କିନ୍ତୁ ସେବେଠାରୁ ପର୍ୟ୍ୟନ୍ତ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଉଛି ।

sports day

ଭାରତର ଷ୍ଟାର ହକି ପ୍ଲେୟର ମେଜର ଧ୍ୟାନଚାନ୍ଦ ତାଙ୍କ ହକି ଜୀବନରେ ମୋଟ ୧,୦୦୦ ଗୋଲ କରିଛନ୍ତି । ତାଙ୍କ ଖେଳର ପ୍ରଶଂସକ କେବଳ ଭାରତରେ ସୀମିତ ନଥିଲେ । ତାଙ୍କୁ ବିଦେଶରେ ମଧ୍ୟ ତ୍ରିରଙ୍ଗା ନାମରେ ଲୋକମାନେ ଜାଣୁଥିଲେ । ସ୍ୱାଧୀନତା ପୂର୍ବରୁ ଯଦି କେଉଁଠାରେ ଭାରତର ଚର୍ଚ୍ଚା ହେଉଥିଲା ତେବେ ତାହା କେବଳ ମେଜର ଧ୍ୟାନଚାନ୍ଦଙ୍କ ପାଇଁ । ୧୯୩୬ ଅଲିମ୍ପିକ ପରେ ନିଜେ ହିଟଲର ମଧ୍ୟ ତାଙ୍କର ପ୍ରଶଂସକ ପାଲଟି ଯାଇଥିଲେ । ଏପରିକି ତାଙ୍କୁ ଜର୍ମାନୀ ନାଗରିକତା ପ୍ରଦାନ କରିବା ପାଇଁ ମଧ୍ୟ ଅଫର ମିଳିଥିଲା । କିନ୍ତୁ ସେ ଜଣେ ସଚ୍ଚା ଭାରତୀୟ ଥିଲେ । ଖେଳ ସହିତ ସେ ଜଣେ ଭାରତୀୟ ସୈନିକ ମଧ୍ୟ ରହିଥିଲେ ।

ନିଜର ପାଠପଢା ସାରିବା ପରେ ୧୯୨୨ ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ ମେଜର ଧ୍ୟାନଚାନ୍ଦ । ସେ ହକି ଖେଳ ପାଇଁ ସୁବେଦାର ମେଜର ତିୱାରୀଙ୍କ ଠାରୁ ପ୍ରେରିତ ହୋଇ ତାଙ୍କ ଠାରୁ ହକି ଖେଳ ଶିଖିଥିଲେ । ତେବେ ଖୁବ ସୁନ୍ଦର ହକି ଖେଳୁଥିବାରୁ ସେନାରେ ମଧ୍ୟ ତାଙ୍କ ପଦୋନ୍ନତି ହେବାରେ ଲାଗିଥିଲା । ତେଣୁ ୧୯୨୭ରେ ତାଙ୍କୁ 'ଲାନ୍ସ ନାୟକ' ଭାବରେ ନିଯୁକ୍ତ କରାଯାଇଥିଲା । ଏହା ପରେ ୧୯୩୨ରେ ନାୟକ ଏବଂ ୧୯୩୬ରେ ସୁବେଦାର ଭାବରେ ପଦୋନ୍ନତି ପାଇଥିଲେ ମେଜର ଧ୍ୟାନଚାନ୍ଦ । ଏହି ବର୍ଷ ସେ ଭାରତୀୟ ହକି ଦଳର ଟିମ ଲିଡର ଭାବରେ ଦାୟିତ୍ୱ ନେଇଥିଲେ । ସେପଟେ ଭାରତୀୟ ସେନାରେ ମଧ୍ୟ ତାଙ୍କୁ ମେଜର ରୂପରେ ପଦୋନ୍ନତି ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+