Khela Ratna: ୪ ଖଳାଳିଙ୍କୁ ଖେଳରତ୍ନ, ୩୪ଜଣଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରପତି ଭବନରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ମନୁ ଭାକର, ଡି. ଗୁକେଶ, ହରମନପ୍ରୀତ ସିଂ ଏବଂ ପ୍ରବୀଣ କୁମାରଙ୍କୁ ଖେଳରତ୍ନରେ ସମ୍ମାନିତ କରାଯାଇଛି । ଅନ୍ୟପକ୍ଷେ ୩୨ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି ।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଡବଲ ମେଡାଲ ବିଜେତା ମନୁ ଭାକରଙ୍କୁ ଖେଳରତ୍ନରେ ସମ୍ମାନିତ କରାଯାଇଛି । ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ।

ପ୍ରଥମ ଭାରତୀୟ ମହିଳା ଆଥ୍‌ଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁଙ୍କ ପରେ ଦ୍ବିତୀୟ ମହିଳା ଖେଳାଳି ଭାବେ ଏଭଳି କୃତତ୍ୱ ନିଜ ନାମରେ କରିଥିଲେ। ସେହିପରି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ହରମନପ୍ରୀତ ସିଂଙ୍କ ନେତୃତ୍ୱରେ କ୍ରମାଗତ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲା। ୨୦୨୧ ସଫଳତାକୁ ଭାରତ ବଜାୟ ରଖିଥିବା ବେଳେ ହରମନପ୍ରୀତ ଦଳ ପକ୍ଷରୁ ସର୍ବାଧିକ ଗୋଲ ସ୍କୋର ରହିଥିଲେ। ତାଙ୍କୁ ମଧ୍ୟ ଖେଳ ରତ୍ନରେ ସମ୍ମାନିତ କରାଯାଇଛି।

ସେହିପରି ବିଶ୍ବ ଚେସ୍‌ ଚାମ୍ପିୟନଶିପ ଓ ଚେସ୍‌ ଅଲିମ୍ପିଆଡରେ ସ୍ବର୍ଣ୍ଣ ପଦକ ବିଜେତା ଡି. ଗୁକେଶଙ୍କୁ ଖେଳରତ୍ନ ପ୍ରଦାନ କରାଯାଇଛି। ବିଶ୍ବ ଚେସ ଚାମ୍ପିୟନଶିପର ଅନ୍ତିମ ରାଉଣ୍ଡରେ ଚାଇନାର ଡିଙ୍ଗ ଲିରେନଙ୍କ ବିପକ୍ଷରେ ଅଦ୍ଭୂତପୂର୍ବ ବିଜୟ ସହ ଟାଇଟଲ ବିଜୟୀ ହୋଇଥିଲେ ଗୁକେଶ। ବିଶ୍ବନାଥନ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ସେ ଏହି ଟାଇଟଲ ଜିତିଥିଲେ।

National Sports Award

୩୪ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର

ଜ୍ୟୋତି ୟାରାଜି- ଆଥଲେଟିକ୍ସ
ଅନୁ ରାଣୀ- ଆଥଲେଟିକ୍ସ
ନୀତୁ- ବକ୍ସିଂ
ସୱିଟି- ବକ୍ସିଂ
ଭାଣ୍ଟିକା ଅଗ୍ରୱାଲ- ଚେସ୍‌
ସାଲିମା ଟେଟେ- ହକି
ଅଭିଷେକ- ହକି
ସଞ୍ଜୟ- ହକି
ଜର୍ମାନପ୍ରୀତ ସିଂହ- ହକି
ସୁଖଜିତ ସିଂହ- ହକି
ରାକେଶ କୁମାର- ପାରା-ତୀରନ୍ଦାଜ
ପ୍ରୀତି ପାଲ- ପାରା-ଆଥଲେଟିକ୍ସ
ସଚିନ ସରଜେରାଓ ଖିଲାରି- ପାରା ଆଥଲେଟିକ୍ସ
ଧରମବୀର- ପାରା ଆଥଲେଟିକ୍ସ
ପ୍ରଣବ ସୁରମା- ପାରା ଆଥଲେଟିକ୍ସ
ଏଚ ହୋକାଟୋ- ସେମା ପାରା ଆଥଲେଟିକ୍ସ
ସିମରନ- ପାରା ଆଥଲେଟିକ୍ସ
ନବଦୀପ- ପାରା ଆଥଲେଟିକ୍ସ
ତୁଳାସିମତି ମୁରୁଗେସନ- ପାରା ବ୍ୟାଡମିଣ୍ଟନ
ନିତ୍ୟ ଶ୍ରୀ ସୁମତି ସିଭାନ- ପାରା ବ୍ୟାଡମିଣ୍ଟନ
ମନୀଷା ରାମଦାସ- ପାରା ବ୍ୟାଡମିଣ୍ଟନ
କପିଲ ପରମାର- ପାରା ଜୁଡୋ
ମୋନା ଅଗ୍ରୱାଲ- ପାରା ସୁଟିଂ
ରୁବିନା ଫ୍ରାନ୍ସିସ- ପାରା ସୁଟିଂ
ସୱପ୍ନିଳ ସୁରେଶ କୁସାଲେ- ସୁଟିଂ
ସରବଜୋତ ସିଂହ- ଗୁଳିଚାଳନା
ଅଭୟ ସିଂହ- ସ୍କୱାସ
ସାଜନ ପ୍ରକାଶ - ପହଁରିବା
ଅମନ ସହୱାରତ - କୁସ୍ତି
ସୁଚା ସିଂହ (ଲାଇଫଟାଇମ) ଆଥଲେଟିକ୍ସ
ମୁରଲୀକାନ୍ତ (ଜୀବନକାଳ) - ରାଜାରାମ ପେଟକର ପାରା ପହଁରାଳି

୫ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର

ସୁଭାଷ ରାଣା- ପାରା ସୁଟିଂ (ନିୟମିତ)
ଦୀପାଳି ଦେଶପାଣ୍ଡେ- ସୁଟିଂ (ନିୟମିତ)
ସନ୍ଦୀପ ସାଙ୍ଗୱାନ- ହକି (ନିୟମିତ)
ଏସ ମୁରଲୀଧରନ- ବ୍ୟାଡମିଣ୍ଟନ (ଲାଇଫଟାଇମ)
ଆର୍ମାଣ୍ଡୋ ଆଗ୍ନେଲୋ କୋଲାକୋ- ଫୁଟବଲ (ଜୀବନକାଳ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+