ଜାତୀୟ ରଗବି ଟିମର ପ୍ରାୟୋଜକ ହେଲା ଓଡ଼ିଶା

ଭାରତୀୟ ରଗବି ଦଳର ପ୍ରାୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍‌। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷର କରିଛନ୍ତି ଉଭୟ ରାଜ୍ୟ ସରକାର ଓ କିଟ୍‌।

ଭୁବନେଶ୍ୱର: ଭାରତୀୟ ରଗବି ଦଳର ପ୍ରାୟୋଜକ ହେଲେ ଓଡ଼ିଶା ସରକାର ଓ କିଟ୍‌। ୩ ବର୍ଷ ପାଇଁ ରଗବି ଇଣ୍ଡିଆ ସହିତ ଚୁକ୍ତି ସାକ୍ଷର କରିଛନ୍ତି ଉଭୟ ରାଜ୍ୟ ସରକାର ଓ କିଟ୍‌। ଆଗକୁ ୧୮ ବର୍ଷରୁ କମ୍‌ ଭାରତୀୟ ଏସିଆନ୍‌ ଚାମ୍ପିଅନସିପରେ ଭାଗ ନେବାକୁ ଯାଉଛି ଭାରତ ।

national rugby team

ରାଜ୍ୟ ସରକାର ଗୋଟେପଟେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବାବେଳେ କ୍ରାଡ଼ାବୀତଙ୍କୁ ମଧ୍ୟ ପ୍ରତ୍ସାହିତ କରି ଆସୁଛନ୍ତି । ତେଣୁ ଏପରି ସ୍ଥଳେ ଆଜି ଜାତୀୟ ରଗବୀ ଟିମକୁ ମଧ୍ୟ ପ୍ରାୟୋଜିତ କରିବେ ରାଜ୍ୟ ସରକାର ।

ଗତ ଅଗଷ୍ଟ ୧୪ ତାରିଖରୁ ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କିଟରେ ରଗବିର ଜାତୀୟ କ୍ୟାମ୍ପ୍‌ ଆୟୋଜିତ ହୋଇଯାଇଛି। ଏହି କ୍ୟାମ୍ପରେ ତାଲିମ ସହିତ ଆଗକୁ ଆସୁଥିବା ଖେଳ ପାଇଁ ଖେଳାଳି ମଧ୍ୟ ଚୟନ କରାଯିବ। ପ୍ରଦର୍ଶନ ଦେଖି ୧୩ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୫୨ ମହିଳା ଖେଳାଳିଙ୍କୁ ଚୟନ କରାଯାଇଛି , ଯେଉଁମାନେ ୧୮ ବର୍ଷରୁ କମ୍‌ ଜାତୀୟ ଶିବିରରେ ଯୋଗଦେବେ।

ଆମେ ରଗବି ସହିତ ଯୋଡ଼ି ହେଲୁ ଏବଂ ମୁଁ ବହୁତ ଖୁସି ଯେ ଭାରତୀୟ ମହିଳା ଦଳର ତାଲିମ୍‌ ଶିବିର ଓଡ଼ିଶାରେ ଆୟୋଜିତ କରାଯାଇଥିଲା। ମୁଁ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+