ଆସନ୍ତାକାଲିଠୁ ଓଡ଼ିଶାରେ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ
ଓଡିଶାରେ ଆୟୋଜିତ ହେବ ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ । ଭୁବନେଶ୍ୱରେ ଏହି ଚାମ୍ପିଅନସିପ୍ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ ।
ଭୁବନେଶ୍ବର: ଓଡିଶାରେ ଆୟୋଜିତ ହେବ ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ । ଭୁବନେଶ୍ୱରେ ଏହି ଚାମ୍ପିଅନସିପ୍ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ ।

ଭୁବନେଶ୍ବରରେ ଖେଳାଯିବାକୁ ଥିବା ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଓ ଉଡାଣ ଏକାଡେମୀରେ ଖେଳାଯିବ । ଏହି ଚାମ୍ପିଅନସିପ୍ ଟ୍ରଫି ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଦେଶର ବିଭିନ୍ନ ପ୍ରାନ୍ତରୁ ଖେଳାଳି ଭାଗ ନେବେ । ଚାମ୍ପିଅନସିପ୍ ପାଇଁ ୫୦୦ରୁ ଅଧିକ ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଲେଣି । ଏହାସହ ଟୋକିଓ ପାରା ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଓ ଟୋକିଓ ଅଲମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।












Click it and Unblock the Notifications