Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଜାତୀୟ ପୁରୁଷ ହକି: କଣ ରହିଛି ଓଡ଼ିଶାର ସ୍ଥିତି ?

ଉତ୍ତରପ୍ରଦେଶର ଝାନ୍‌ସିସ୍ଥିତ ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମ୍‌ରେ ଶୁକ୍ରବାରଠୁ ଆରମ୍ଭ ହୋଇ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତା। ଏହି ପ୍ରତିଯୋଗିତା ଗତ ମାସରେ ଖେଳାଯାଇଥିବା ଜାତୀୟ ମହିଳା ପ୍ରତିଯୋଗିତା ଭଳି ସମାନ ଫର୍ମାଟ୍‌ରେ ଖେଳାଯିବ।

ଏହି ପ୍ରତିଯୋଗିତାରେ ମୋଟ ୩୦ ଦଳ ଅଂଶଗ୍ରହଣ କରୁଥିଲା ବେଳେ ଏମାନକୁ ୩ଟି ଡିଭିଜନ୍‌ ଏ, ବି ଓ ସି'ରେ ବିଭକ୍ତ କରାଯାଇଛି। ଡିଭିଜନ-ଏ' ହେଉଛି ସର୍ବୋଚ୍ଚ ଡିଭିଜନ୍‌। ଏହି ଡିଭିଜନ୍‌ରେ ଥିବା ଦଳ ବିଜେତା ଟ୍ରଫି ଲଢ଼େଇ କରିବେ। ଡିଭିଜନ୍‌-ବି' ଓ ସି'ରେ ଥିବା ଦଳଗୁଡ଼ିକ ଆଗାମୀ ଋତୁରେ ଯଥାକ୍ରମେ ଡିଭିଜନ୍‌-ଏ' ଓ ବି'କୁ ଉନ୍ନୀତ ‌ହେବାକୁ ଖେଳିବେ। ବି' ଓ ସି' ଡିଭିଜନ୍‌ ଶୁକ୍ରବାରଠୁ ଆରମ୍ଭ ହେବାକୁ ଥିଲା ବେଳେ ଏ' ଡିଭିଜନ ମ୍ୟାଚ୍‌ ୮ରୁ ଆରମ୍ଭ ହେବ।

National Men s Hockey from today What is the status of Odisha

ଡିଭିଜନ୍‌-ଏ'ରେ ଗତ ସଂସ୍କରଣ ବିଜେତା ଓଡ଼ିଶା ଓ ଉପବିଜେତା ହରିୟାଣା ସହ ୧୨ ଦଳ ରହିଛନ୍ତି। ଏହି ୧୨ ଦଳକୁ ୪ଟି ପୁଲ୍‌ରେ ଭାଗ କରାଯାଇଛି। ଓଡ଼ିଶା ପୁଲ୍‌-ଏ'ରେ ପଞ୍ଜାବ ଓ ମଧ୍ୟପ୍ରଦେଶ ସହ ରହିଛି। ପୁଲ୍‌-ବି'ରେ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ, ପୁଲ୍‌-ସି'ରେ ଉତ୍ତରପ୍ରଦେଶ, ତାମିଲନାଡ଼ୁ, ବେଙ୍ଗଲ ଏବଂ ପୁଲ୍‌-ଡି'ରେ ମଣିପୁର, କର୍ଣ୍ଣାଟକ ଓ ପୁଡ଼ୁଚେରୀ ରହିଛନ୍ତି। ଓଡ଼ିଶା ୮ ତାରିଖରେ ମଧ୍ୟପ୍ରଦେଶ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପର ଦିନ ପଞ୍ଜାବ ବିପକ୍ଷରେ ଖେଳି ପୁଲ୍‌ ପର୍ଯ୍ୟାୟ ଶେଷ କରିବ। ୧୨ ତାରିଖରେ କ୍ବାର୍ଟରଫାଇନାଲ୍‌ ଏବଂ ୧୩ରେ ସେମିଫାଇନାଲ୍‌ ଖେଳାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+