ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା

ଭାଲେଣ୍ଟାଇନ୍ସ ଡେ' ଅବସରରେ ଉଦୟପୁରରେ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁଯାୟୀ ପୁଣି ବିବାହ କରିଛନ୍ତି ଟିମ୍ ଇଣ୍ତିଆର ଷ୍ଟାର୍ ଅଲରାଉଣ୍ତର କ୍ରେକେଟର ହାର୍ଦ୍ଦିକ ପାଣ୍ତ୍ୟା ଏବଂ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ।

Natasa Stankovic-Hardik

ଭାଲେଣ୍ଟାଇନ୍ସ ଡେ' ଅବସରରେ ବାହା ହେଲେ ହାର୍ଦ୍ଦିକ

ମୁମ୍ବାଇ: ଫେବୃଆରୀ ୧୪ ତାରିଖ, ଭାଲେଣ୍ଟାଇନ୍ସ ଡେ' ଅବସରରେ ଉଦୟପୁରରେ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁଯାୟୀ ପୁଣି ବିବାହ କରିଛନ୍ତି ଟିମ୍ ଇଣ୍ତିଆର ଷ୍ଟାର୍ ଅଲରାଉଣ୍ତର କ୍ରେକେଟର ହାର୍ଦ୍ଦିକ ପାଣ୍ତ୍ୟା ଏବଂ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ । ପରିବାର ସଦସ୍ୟ, କିଛି ଘନିଷ୍ଠ ବନ୍ଧୁ ଏବଂ ପୁଅ ଅଗସ୍ତ୍ୟାଙ୍କ ଉପସ୍ଥିତିରେ ପରସ୍ପରର ହାତ ଧରିଛନ୍ତି ଏହି ଯୋଡି । ନତାଶା ଏବଂ ହାର୍ଦ୍ଦିକଙ୍କ ଗ୍ରାଣ୍ତ ୱିଡିଂର ବିବାହ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ ।

ଉଭୟଙ୍କ ବିବାହ ଉଦୟପୁରର ଏକ ଚର୍ଚ୍ଚରେ ହୋଇଥିଲା । ନତାଶ ଓ ହାର୍ଦ୍ଦିତ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଫଟୋରେ ଉଭୟ ବେଶ୍ ସୁନ୍ଦର ଦିଶୁଛନ୍ତି । ବିବାହରେ ନତାଶ ଧଳା ରଙ୍ଗର ଗାଉନ୍ ପିନ୍ଧିଥିବା ବେଳେ ହାର୍ଦ୍ଧିକ କଳା ରଙ୍ଗକ ସୁଟରେ ଖୁବ୍ ହ୍ୟାଣ୍ତସମ ନଜର ଆସୁଛନ୍ତି ।

ହାର୍ଦ୍ଦିକ-ନତାଶା ସେୟାର କଲେ ଫଟୋ

ହାର୍ଦ୍ଦିକ-ନତାଶା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଆମେ ତିନି ବର୍ଷ ପୂର୍ବେ ପରସ୍ପରକୁ ଦେଇଥିବା ଶପଥକୁ ପୁଣି ଦୋହରାଇଛୁ ଏବଂ ଭାଲେଣ୍ଟାଇନ୍ ଡେ, ସେଲିବ୍ରେଟ୍ କରିଛୁ । ପରିବାର ଲୋକଙ୍କ ଉପସ୍ଥିତି ଥିବାରୁ ଆମେ ଆଶୀର୍ବାଦପ୍ରାପ୍ତ କରିଛୁ' । ସେପଟେ ଫ୍ୟାନ୍ସ ମଧ୍ୟ ଉଭୟଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି । ସୋସିଆଲ ମିଡିଆରେ ଫଟୋକୁ ବେଶ୍ ଲାଇକ୍ କମେଣ୍ଟ ମିଳୁଥିବାର ଦେଖିବା ପାଇଁ ମୁଳୁଛି ।

୨୦୨୦ ମାର୍ଚ୍ଚ ୩୧ରେ ଭଭୟ ବିବାହ କରିଥିଲେ

ସୂଚନାଥାଉ ଯେ, କରୋନା ଲକଡାଉନ୍‌ ବେଳେ ନତାଶା ଓ ହାର୍ଦ୍ଦିକ ଗୁପ୍ତ ଭାବେ ବିବାହ କରିଥିଲେ । ଭଭୟ କୋର୍ଟ ମ୍ୟାରେଜ କରିଥିଲେ । ଏକ ସାକ୍ଷାତକାରରେ ଏନେଇ ହାର୍ଦ୍ଦିକ ଖୁଲାସା କରିଥିଲେ। ଏହାପରେ ପୁଅ ଅଗସ୍ତ୍ୟା ଜନ୍ମ ନେଇଥିଲା । ୨୦୨୦ ମାର୍ଚ୍ଚ ୩୧ରେ ଭଭୟ ବିବାହ କରିଥିଲେ । ଏହି ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ନତାଶା ବିବାହ ପୂର୍ବରୁ ଗର୍ଭବତୀ ଥିବା ମଧ୍ୟ କୁହାଯାଉଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+