ନମିତା ଟପ୍ପୋଙ୍କୁ ‘ଏକଲବ୍ୟ’ ପୁରସ୍କାର
ଅନ୍ତର୍ଜାତୀୟ ହକି ଖେଳାଳି ତଥା ଓଡିଶା ଝିଅ ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର । ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ନମିତାଙ୍କୁ ।
ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଖେଳାଳି ତଥା ଓଡିଶା ଝିଅ ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର । ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ନମିତାଙ୍କୁ ।

ସେହିପରି ଭାରୋତ୍ତଳକ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ ଘୋଷଣା କରାଯାଇଛି। ଉଭୟଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି। କରୋନା ପାଇଁ 'ଇମ୍ପାକ୍ଟ' ପକ୍ଷରୁ ନିରାଡମ୍ବର ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଇଛି। IMPACT ପକ୍ଷରୁ ୧୯୯୩ ମସିହାରୁ ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି।












Click it and Unblock the Notifications