Get Updates
Get notified of breaking news, exclusive insights, and must-see stories!

IPL ନିଲାମ ତାଲିକାରେ ଯୋଡ଼ି ହେଲା ୨ ଓଡ଼ିଆ କ୍ରିକେଟରଙ୍କ ନାଁ

IPL ନିଲାମ ତାଲିକାରେ ଯୋଡ଼ି ହେଲା ୨ ଓଡ଼ିଆ କ୍ରିକେଟରଙ୍କ ନାଁ । ୨ ଓଡ଼ିଆ କ୍ରିକେଟରଙ୍କୁ IPL ନିଲାମ ତାଲିକାରେ ଯୋଡ଼ିଲା ବିସିସିଆଇ । ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଯୋଡ଼ି ହେଲା ।ଉଭୟଙ୍କ ବେସ୍‌ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା । ନିଲାମ ତାଲିକାରେ ଅଛନ୍ତି ମୋଟ୍‌ ୩୬୯ ଜଣ ଖେଳାଳି ।

Odia cricketers added to IPL

ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ସବୁଠାରୁ କମ୍ ମାତ୍ର ୨ କୋଟି ୭୫ କୋଟି ଲକ୍ଷ ଟଙ୍କା ରହିଛି । ଚେନ୍ନାଇ ନିକଟରେ ୪୩ କୋଟି ୪୦ ଲକ୍ଷ ଟଙ୍କା ଅଛି । ୧୦ଟି ଦଳ ପାଇଁ ମୋଟ ୭୭ଟି ସ୍ଥାନ ଖାଲି ଅଛି, କିନ୍ତୁ ନିଲାମୀ ତାଲିକାରେ ୩୫୯ ଜଣ ଖେଳାଳିଙ୍କ ନାମ ରହିଛି । ତେଣୁ ପ୍ରତିଯୋଗିତା ଜୋରଦାର ହେବ । ଚଳିତ ନିଲାମୀରେ ଦୁଇ ଭାରତୀୟ ଖେଳାଳି ଭେଙ୍କଟେଶ ଆୟର ଏବଂ ରବି ବିଷ୍ଣୋଇଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ଲେଖାଏଁ ରହିଛି । ବିଦେଶୀ ଖେଳାଳିଙ୍କ ମଧ୍ୟରେ କ୍ୟାମେରନ୍ ଗ୍ରୀନ୍, ଡେଭିଡ୍ ମିଲର ଏବଂ ଷ୍ଟିଭ୍ ସ୍ମିଥଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଆଇପିଏଲ ନିଲାମୀରେ ୫ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା ଅଷ୍ଟ୍ରେଲିଆନ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କ ଉପରେ ସବୁଠାରୁ ଅଧିକ ଟଙ୍କା ଲାଗିପାରେ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେହିପରି ଭାରତୀୟ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ଟଙ୍କା ରହିଛି । ଭାରତୀୟ ସ୍ପିନର ରବି ବିଷ୍ଣୋଇଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ଟଙ୍କା ରହିଛି । ଜୁନିୟର ବୋଲର ଭାବେ ପରିଚିଚ ମଥିସା ପଥିରାନା ଚେନ୍ନାଇରୁ ରିଲିଜ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ଖେଳାଳି ଡେଭିଡ ମିଲର ଲିଆମ୍ ଲିଭିଙ୍ଗଷ୍ଟୋନ୍ ଏବଂ ଷ୍ଟିଭ୍ ସ୍ମିଥ୍ ଙ୍କ ଉପରେ ମଧ୍ୟ ନଜର ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+