ନାଗେଶ ଟ୍ରଫି: ଦିଲ୍ଲୀକୁ ହରାଇ କ୍ୱାଟର ଫାଇନାଲରେ ଓଡ଼ିଶା

ବାଙ୍ଗାଲୋରରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ଟି20 କ୍ରିକେଟ ଶୃଙ୍ଖଳାରେ ଗୁରୁବାର ଓଡ଼ିଶା ଦିଲ୍ଲୀକୁ ୧୦ ୱିକେଟରେ ହରାଇ କ୍ୱାଟରରେ ସ୍ଥାନ ପକ୍କା କରିଛି ।

ଭୁବନେଶ୍ୱର: ବାଙ୍ଗାଲୋରରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଓଡ଼ିଶା ଦିଲ୍ଲୀକୁ ୧୦ ୱିକେଟରେ ହରାଇ କ୍ୱାଟରରେ ସ୍ଥାନ ପକ୍କା କରିଛି । ପୂର୍ବଦିନ ଆନ୍ଧ୍ରପ୍ରଦେଶ ବିପକ୍ଷରେ କଡ଼ା ଟକ୍କର ଦେଇ ପରାଜୟ ସ୍ୱୀକାର କରିଥିବା ଓଡ଼ିଶା ଦଳ, ଗୁରୁବାର କିନ୍ତୁ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଖୁବ୍ ଭଲ ପଦର୍ଶନ କରିଥିଲା।

ବାଙ୍ଗାଲୋରଠାରେ ଥିବା ନିର୍ମାଣ-1 କ୍ରିକେଟ ଷ୍ଟାଡିୟମରେ ଓଡ଼ିଶା ତାର ୪ର୍ଥ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ଭେଟିଥିଲା । ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୧୩୬/୭ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ ପକ୍ଷରୁ ମନୀଷ କୁମାର ୪୦ ଓ ଅକ୍ସୟ ବର୍ମା 25 ରନ୍ କରିଥିଲେ । ଓଡ଼ିଶା ପକ୍ଷରୁ ତପନ କୁମାର ଗୋଉଡ଼ ୪ ଓଭର ବୋଲିଂ କରି ମାତ୍ର ୨୬ ରନ୍ ବ୍ୟୟରେ ୪ ୱିକେଟ ଅକ୍ତିଆର କରିଥିଲେ । ସୁଖରାମ ମାଝି ୩ ଓଭର ୧୨ ରନ୍ ୧ ୱିକେଟ, ନକୁଳ ବଡନାୟକ ୪ ଓଭର ୩୦ ରନ୍ ୧ ୱିକେଟ ଏବଂ ପଙ୍କଜ ଭୁଏ ୪ ଓଭର ୨୬ ରନ୍ ୧ ୱିକେଟ ସଂଗ୍ରହ କରିଥିଲେ।

Nagesh Trophy 2021

ଅପରପକ୍ଷରେ ଓଡ଼ିଶା ୧୧.୪ ଓଭରରେ ୧୩୭/୦ ରନ୍ କରି ଏହି ମ୍ୟାଚକୁ ୧୦ ୱିକେଟରେ ଜିତି ନେଇଥିଲା। ଓଡ଼ିଶା ପକ୍ଷରୁ ସୁଖରାମ ମାଝି ୭୧ ଓ ନକୁଳ ବଡନାୟକ ୫୪ ରନର ବିସ୍ଫୋରକ ପାଳି ଖେଳିଥିଲେ । ସୁଖରାମ ମାଝୀଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।

ତେବେ ଆଜି (ଶୁକ୍ରବାର) ଓଡ଼ିଶା ତାର ୫ମ ତଥା ଅନ୍ତିମ ଲିଗ୍ ମ୍ୟାଚରେ ହରିୟାଣାକୁ ଭେଟିବ। ଏହି ମ୍ୟାଚ୍ ବାଙ୍ଗାଲୋରର ସଚିନ୍ ତେନ୍ଦୁଲକର ଗ୍ରାଉଣ୍ଡରେ ଖେଳାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+