ସସପେଣ୍ଡ ହେଲେ ରେସଲର ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ : ଅଲମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ପୁଣି ନିଲମ୍ବନ କରିଛି ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) । ଗତ କିଛି ଦିନ ମଧ୍ୟରେ ପୁନିଆ ଦ୍ୱିତୀୟ ଥର ପାଇଁ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ଡୋପିଂ ଟେଷ୍ଟ ପାଇଁ ମୂତ୍ର ନମୁନା ପରୀକ୍ଷା ପାଇଁ ଦେବାକୁ ଡୋପିଂ କଣ୍ଟ୍ରୋଲ ଅଫିସର (ଡିସିଓ) କହିଥିଲେ ।

ତଥାପି ସେ ଏହାକୁ ଖାତିର କରି ନଥିଲେ । ତେଣୁ ତାଙ୍କୁ ଜୁଲାଇ ୧୧ ଯାଏ ରେସଲିଂରୁ ନିଲମ୍ବିତ କରାଯାଇଛି । ସେହିପରି ଜୁଲାଇ ୧୧ ସୁଦ୍ଧା ସସ୍‌ପେଣ୍ଡ୍ ନୋଟିସ୍ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଅଯାଇଛି । ଯଦି ସେ ଉତ୍ତର ନ ଦେବେ, ତା'ହେଲେ ନିଲମ୍ବନ ଆଦେଶକୁ ପୁଣି ବୃଦ୍ଧି କରାଯିବ ।

Bajrang Punia

ନାଡା ଅନୁଯାୟୀ, ମାର୍ଚ୍ଚ ୧୦ ରେ ସୋନିପତରେ ହୋଇଥିବା ପରୀକ୍ଷା ସମୟରେ ବଜରଙ୍ଗ ତାଙ୍କର ପରିସ୍ରା ନମୁନା ଦେବାକୁ ମନା କରିଦେଇଥିଲେ । ଏହି କାରଣରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବଜରଙ୍ଗଙ୍କ ଓକିଲ ବିଷ୍ଣୁପାଟ ସିଙ୍ଗାନିଆ ଆଜ ତକଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି, ହଁ, ଆମେ ନୋଟିସ ପାଇଛୁ ଏବଂ ଆମେ ନିଶ୍ଚିତ ଭାବରେ ଏହାର ଉତ୍ତର ଦେବୁ ।

ଗତ ଥର ମଧ୍ୟ ଆମେ ଶୁଣାଣିରେ ଯୋଗ ଦେଇଥିଲୁ ଏବଂ ଏଥର ମଧ୍ୟ ଆମେ ଆମର ଉତ୍ତର ଦାଖଲ କରିବୁ, ସେ କିଛି ଭୁଲ କରିନାହାଁନ୍ତି, ତେଣୁ ଆମେ ଯୁଦ୍ଧ କରିବା । ଏହି ବିଜ୍ଞପ୍ତି ବିରୋଧରେ ଜବାବ ଦେବାକୁ ବଜରଙ୍ଗ ପୁନିଆର ଜୁଲାଇ ୧୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+