100 ରନରେ ଜିତି ମୁମ୍ବାଇ 14 ପଏଣ୍ଟ ସହ ଟେବୁଲ୍ ଟପ୍ପର; ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଲା ରାଜସ୍ଥାନ
IPLର 50 ତମ ମ୍ୟାଚରେ ମୁମ୍ବାଇର ସପ୍ତମ ବିଜୟ ।ଘରୋଇ ମାଟିରେ ରାଜସ୍ଥାନ ଚିତପଟାଙ୍ଗ୍ । ଏଥିସହ IPLର 50ତମ ମ୍ୟାଚକୁ 100 ରନରେ ଜିତି ମୁମ୍ବାଇ 14 ପଏଣ୍ଟ ସହ ଟେବୁଲ୍ ଟପ୍ପର ହୋଇଛି । 218 ରନ ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । 16.1 ଓଭରରେ 117 ରନରେ ଆଉଟ ହୋଇଯାଇଥିଲେ ସମସ୍ତ ଖେଳାଳି ।
ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଲା ରାଜସ୍ଥାନ
କର୍ଣ୍ଣ ଶର୍ମା ଏବଂ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ 117 ରନରେ ଅଲଆଉଟ୍ କରିଥିଲା। ଏହା ସହିତ ରିୟାନ ପରାଗଙ୍କ ଦଳ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇଥିବା ଦ୍ୱିତୀୟ ଦଳ ହୋଇଛି । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇଯାଇଥିଲା । ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ମୁମ୍ବାଇ 20 ଓଭରରେ ଦୁଇଟି ୱିକେଟ୍ ହରାଇ 217 ରନ୍ କରିଥିଲା। ଜବାବରେ ରାଜସ୍ଥାନ 16.1 ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର 117 ରନ୍ କରିପାରିଥିଲା ଏବଂ 100 ରନ୍ ରେ ମ୍ୟାଚ୍ ହାରି ଯାଇଥିଲା।

ଗତ ମ୍ୟାଚ୍ରେ ୩୫ ବଲ୍ରେ ଶତକ ହାସଲ କରିଥିବା ବୈଭବ ସୂର୍ଯ୍ୟବଂଶୀ ଖାତା ନ ଖୋଲି ଆଉଟ୍ ହୋଇଥିଲେ। ସେ ଦୀପକ ଚହରଙ୍କ ବଲ୍ର ଶିକାର ହୋଇଥିଲେ । ବୈଭବଙ୍କ ପରେ ଯଶାସୀ ଜୈସୱାଲ ମଧ୍ୟ କେବଳ ୧୩ ରନ୍ କରି ଆଉଟ୍ ହୋଇଥିଲେ ।
ରୋହିତ-ରିଆନ ଅର୍ଦ୍ଧଶତକ:
ରୋହିତ ଶର୍ମା ଏବଂ ରିଆନ ରିକେଲଟନଙ୍କ ଅର୍ଦ୍ଧଶତକ ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ 90 ରନର ଭାଗୀଦାରି ବଳରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସ ପାଇଁ 218 ରନର ଟାର୍ଗେଟ ଦେଇଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ, ମୁମ୍ବାଇ ନିର୍ଦ୍ଧାରିତ 20 ଓଭରରେ ଦୁଇଟି ୱିକେଟ୍ ହରାଇ ୨୧୭ ରନ୍ କରିଥିଲା । ରାଜସ୍ଥାନ ପାଇଁ ମହେଶ ଥାକଶାନା ଏବଂ ରିୟାନ୍ ପାରାଗ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।












Click it and Unblock the Notifications