Get Updates
Get notified of breaking news, exclusive insights, and must-see stories!

ମୁମ୍ବାଇ ଇଣ୍ତିଆନ୍ସ ଅଧିନାୟକ ହେଲେ ହାର୍ଦ୍ଦିକ ପାଣ୍ତ୍ୟା, ରୋହିତ ଛାଡିବେ କି ଦଳ!

IPL 2024: ସରିଛି ଆଇପିଏଲ୍ ୨୦୨୪ ପାଇଁ ମିନି ଅକ୍ସନ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍ ଅକ୍ସନ ଖୁ୍ବ ଭଲ ରହିଛିଲା । ମୁମ୍ବାଇ ଇଣ୍ଡିଆନ୍ସ ଅନେକ ଦ୍ରୁତ ବୋଲରଙ୍କୁ ନିଜ ଦଳରେ ସାମିଲ କରିବାରେ ସଫଳ ହୋଇଥିଲା । ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କାର ଖେଳାଳିଙ୍କ ଉପରେ ମୁମ୍ବାଇ ବିଶ୍ୱାସ ଦେଖାଇଛି । ଦଳରେ ଜେରାଲ୍ଡ କୋଟେଜୀ, ଦିଲଶାନ ମଦୁଷଙ୍କା ଏବଂ ନୁୱାନ ଥଶାରାଙ୍କ ଏଣ୍ଟ୍ରି ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ପୂର୍ବ ଅପେକ୍ଷା ବହୁତ ଶକ୍ତିଶାଳୀ କରିଛି ।

କିଛି ଦିନ ହେବ ମୁମ୍ବାଇ ଇଣ୍ଡିଆନ୍ସ ଚର୍ଚ୍ଚାରେ ରହିଛି । ଏହାର ସବୁଠାରୁ ବଡ କାରଣ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାବେ ଦାୟିତ୍ୱ ନେବା । ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍ ଜିତାଇଥିବା ହାର୍ଦ୍ଦିକ ପାଣ୍ତ୍ୟା ବର୍ତ୍ତମାନ ମୁମ୍ବାଇ ଇଣ୍ତିଆନ୍ସ ପାଇଁ ଆଇପିଏଲ 2024ରେ ମୈଦାନକୁ ଉହ୍ଲାଇବେ । ପୂର୍ବ ଅଧିନାୟକ ରୋହିତ ଶର୍ମାଙ୍କୁ ଦାୟିତ୍ୱମୁକ୍ତ କରାଯିବା ସହ ପାଣ୍ତ୍ୟାଙ୍କୁ ପରବର୍ତ୍ତୀ ଅଧିନାୟକ ଘୋଷଣା କରାଯାଇଛି ।

rohit sharma_mumbai indians

୨୦୧୩ରେ ରିକି ପଣ୍ଟିଂଙ୍କଠାରୁ ମୁମ୍ବାଇ ଇଣ୍ତିଆନ୍ସର ନେତୃତ୍ୱ ଭାର ନେଇଥିଲେ ରୋହିତ ଶର୍ମା । ତେବେ ରୋହିତଙ୍କ ଅଧିନରେ ମୁମ୍ବାଇ ଇଣ୍ତିଆନ୍ସ ୫ ଥର ଆପିଏଲ୍ ଜିତିଛି । ସେହିପରି ହାର୍ଦ୍ଦିକ ପାଣ୍ତ୍ୟା ମୁମ୍ବାଇ ସହ ୨୦୧୫ ପୁ ୨୦୨୧ ପର୍ଯ୍ୟନ୍ତ ସାମିଲ ଥିଲେ ଏଥର ପୁଣି ସେ ଦଳକୁ ଫେରିଛନ୍ତି ଏବଂ ତାଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି । ଏଭଳି ପରିସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସର ନିଷ୍ପତ୍ତିକୁ ନେଇ କିଛି କ୍ରିକେଟ୍ ପ୍ରଶଂସକ ଅତ୍ୟନ୍ତ ନିରାଶ ହୋଇଛନ୍ତି।

ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଖବର ରହିଥିଲା ଯେ ଏଥର ପୁଣି ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିପାରେ । ହେଲେ ହାର୍ଦ୍ଦିକଙ୍କୁ ବଡ଼ ଦାୟିତ୍ୱ ମିଳିବାରେ ପରେ ଚର୍ଚ୍ଚା ହେଉଥିଲା ଯେ, କ'ଣ ପାଣ୍ତ୍ୟାଙ୍କ ଅଣ୍ତରରେ ଖେଳିବା ପାଇଁ ରାଜିବେ ହିଟ୍ ମ୍ୟାନ୍ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସର ଏହି ନିଷ୍ପତ୍ତିରେ ରୋହିତ ଶର୍ମା ଖୁସି ନାହାଁନ୍ତି । ସେଥିପାଇଁ ସେ ଅନ୍ୟ କିଛି ଦଳ ପାଇଁ ଆଇପିଏଲର ପରବର୍ତ୍ତୀ ସିଜନ୍ ଖେଳିପାରନ୍ତି । ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଅଧିକାରୀ ଏହାର ଉତ୍ତର ଦେଇଛନ୍ତି ।

ଆଇପିଏଲ୍ ମିନି ନିଲାମ ସମୟରେ ବିରତି ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ୍ ହେଡ୍ ଅଫ୍ ପର୍ଫର୍ମାନ୍ସ ମହେଲା ଜୟବର୍ଦ୍ଦନ ରୋହିତଙ୍କ ଉପରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ରୋହିତ ଶର୍ମାଙ୍କ ସହମତି ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଅଧିକାରୀ କ୍ରିକବଜଙ୍କୁ କହିଛନ୍ତି ଯେ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ଜସପ୍ରୀତ ବୁମ୍ରାଙ୍କ ବିଷୟରେ ଗଣମାଧ୍ୟମରେ ଚାଲିଥିବା ସମସ୍ତ ଚର୍ଚ୍ଚା ଭିତ୍ତିହୀନ।

ଅଧିକାରୀଙ୍କ ଅନୁଯାୟୀ ଦଳ ମଧ୍ୟରେ କୌଣସି ମତଭେଦ ନାହିଁ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କେବଳ ସମସ୍ତ ଖେଳାଳିଙ୍କ ସହମତି କ୍ରମେ ଦଳର ଅଧିନାୟକ ଭାବରେ ମନୋନୀତ କରାଯାଇଛି ବୋଲି ସେ କହିଛନ୍ତି। ଅଧିନାୟକ, ସମସ୍ତ ଖେଳାଳିଙ୍କ ପରାମର୍ଶ ନିଆଯାଇଥିଲା। ଅନୁମୋଦନ ନିଆଯାଇଥିଲା । ରୋହିତ ଶର୍ମା ନିଜେ ମଧ୍ୟ ଏଥିରେ ଜଡିତ ଥିଲେ। ତେଣୁ ଏହିପରି ଆଲୋଚନାର କୌଣସି ସତ୍ୱତା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+