For Quick Alerts
Turn On Notification  
For Daily Alerts
Oneindia App Download

ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ, ଆଇପିଏଲ୍ -2020

ଆଇପିଏଲ୍-2020 ର ପ୍ରଥମ କ୍ୱାଲିଫାୟାର୍ ମ୍ୟାଟ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ୍ ରେ ନିଜର ସ୍ଥାନ ପକ୍କା କରିଛି | ଗୁରୁବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁମ୍ବାଇ 57 ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି |

|

ଦୁବାଇ : ଆଇପିଏଲ୍-2020 ର ପ୍ରଥମ କ୍ୱାଲିଫାୟାର୍ ମ୍ୟାଟ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ୍ ରେ ନିଜର ସ୍ଥାନ ପକ୍କା କରିଛି | ଗୁରୁବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ମୁମ୍ବାଇ 57 ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି | ଦିଲ୍ଲୀ ଟସ୍ ଜିତି ପ୍ରଥମେ ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା | ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ 5 ଓ୍ୱିକେଟ୍ ହରାଇ 200 ରନ୍ ସଂଗ୍ରହ କରିଥିଲା | କିନ୍ତୁ ଦିଲ୍ଲୀ 20 ଓଭରରେ 8ଟି ଓ୍ୱିକେଟ୍ ହରାଇ ମାତ୍ର 143 ରନ୍ ସଂଗ୍ରହ କରିପାରିଥିଲା |

Mumbai-Indians

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଇଶନ୍ କିଶାନ ଅପରାଜିତ ରହି ସର୍ବାଧିକ 55 ରନ୍ (30 ବଲ), ସୂର୍ଯ୍ୟକୁମାର 38 ବଲ୍ ରୁ 51 ରନ୍ ଏବଂ ଡି କକ୍ 25 ବଲ୍ ରୁ 40 ରନ୍ ସଂଗ୍ରହ କରିଥିଲେ | ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆର ଅଶ୍ବିନ ୩ଟି, ଆନ୍‌ରିଚ୍‌ ନୋର୍ଜେ ଓ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏଁ ଓ୍ୱିକେଟ ହାସଲ କରିଥିଲେ ।

ଅପରପକ୍ଷରେ ଇନିଂସ୍ ଆରମ୍ଭରୁ ଦିଲ୍ଲୀ କ୍ୟାପିଟାଲର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା | ବୁମରା ଓ ବୋଲ୍ଟଙ୍କୁ ସାମ୍ନା କରି ନପାରି ଦଳ ପ୍ରଥମରୁ ବିନା କୌଣସି ରନ୍‌ରେ ୩ ଟି ୱିକେଟ ହରାଇଥିଲା । ଏହାପରେ ଷ୍ଟୋଇନ୍ସ ୬୫ ରନ୍ କରି ବୁମରାଙ୍କ ବଲ୍ ରେ ଆଉଟ୍ ହୋଇଥିଲେ | ଅକ୍ସର ପଟେଲ 33 ବଲ୍ ରେ 44 ରନ୍ କରି ପୋଲାର୍ଡଙ୍କ ଶିକାର ହୋଇଥିଲେ | ଦଳ 20 ଓଭରରେ 8 ଓ୍ୱିକେଟ୍ ହରାଇ 143 ରନ୍ ରେ ସୀମିତ ରହିଥିଲା | ମୁମ୍ବାଇ ପକ୍ଷରୁ ବୁମରାହ ସର୍ବାଧିକ 4ଟି ଓ୍ୱିକେଟ୍ ନେଇଥିବା ବେଳେ ବୋଲ୍ଟ 2ଟି ଏବଂ କୃନାଲ ପାଣ୍ଡ୍ୟା, ପୋଲାର୍ଡ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Mumbai Indians won by 57 runs.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X