IPL'ର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ ହାର୍ଦ୍ଧିକ ପାଣ୍ତ୍ୟା
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲ୍ 2025 ର 18 ତମ ସିଜନ୍ ପାଇଁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଚଳିତ ମାସରେ ଆସନ୍ତା ସିଜିନ୍ ପାଇଁ ମେଗା ନିଲାମ ହେବ । ସମସ୍ତ 10 ଟି ଦଳ ସେମାନଙ୍କ ରଖାଯାଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି । ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ପ୍ରମୁଖ ଖେଳାଳିଙ୍କୁ ମଧ୍ୟ ରଖିଛି। ହେଲେ ହାର୍ଦ୍ଦିକ ଆଇପିଏଲ 2025 ର ପ୍ରଥମ ମ୍ୟାଚ୍ ଖେଳି ପାରିବେ ନାହିଁ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ମ୍ୟାଚ୍ ଖେଳି ପାରିବେ ନାହିଁ । ଆଇପିଏଲ୍ 2024 ର ଶେଷ ଲିଗ୍ ମ୍ୟାଚ୍ ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ ଭୁଲ କରିଥିଲେ । ବାସ୍ତବରେ ହାର୍ଦ୍ଦିକଙ୍କ ମୁମ୍ବାଇ ଇଣ୍ଡିଆନ୍ସ ନିଜର 20 ଓଭରକୁ ଠିକ୍ ସମୟରେ ପୂରଣ କରିପାରି ନଥିଲା, ଏହା ପରେ ଆଇପିଏଲ ପରିଚାଳନା ପରିଷଦ 30 ଲକ୍ଷ ଟଙ୍କା ଜରିମାନା ଏବଂ ନିୟମ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି କାରଣରୁ ହାର୍ଦ୍ଦିକ ଆଇପିଏଲ୍ 2025 ର ପ୍ରଥମ ମ୍ୟାଚ୍ ଖେଳିବାକୁ ସମର୍ଥ ହେବେ ନାହିଁ ।
ଆଇପିଏଲର ଶେଷ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ୍ ଖେଳିଥିଲା। ଏହି ମ୍ୟାଚ୍ରେ ମୁମ୍ବାଇ ଦଳ 20 ଓଭର ଠିକ୍ ସମୟରେ ପୂରଣ କରିପାରି ନଥିଲା। ଯେଉଁଥି ପାଇଁ ଜରିମାନା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଗୋଟିଏ ମ୍ୟାଚ ପାଇଁ ବାରଣ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ୱିତୀୟ ଅଧିନାୟକ ଯିଏକି ଆଇପିଏଲରେ ମନ୍ଥର ଗତି ହେତୁ ବ୍ୟାନ୍ ହୋଇଛନ୍ତି । ଆଇପିଏଲ୍ 2024 ରେ, ଦିଲ୍ଲୀ ରାଜଧାନୀର ତତ୍କାଳୀନ ଅଧିନାୟକ ଋଷଭ ପନ୍ଥଙ୍କୁ ମଧ୍ୟ ମନ୍ଥର ଗତି ହେତୁ ଗୋଟିଏ ମ୍ୟାଚରେ ବ୍ୟାନ୍ କରାଯାଇଥିଲା ।
ଏଥର ଆଇପିଏଲ 2025 ର ମେଗା ନିଲାମ ସାଉଦି ଆରବର Jeddah ସହରରେ ଅନୁଷ୍ଠିତ ହେବ । ମେଗା ନିଲାମ 24 ଏବଂ 25 ନଭେମ୍ବରରେ ଆୟୋଜିତ ହେବ । 1500 ରୁ ଅଧିକ ଖେଳାଳି ନିଲାମ ପାଇଁ ପଞ୍ଜୀକୃତ ହୋଇଛନ୍ତି। ତେବେ, ବର୍ତ୍ତମାନ ସମସ୍ତ ଦଳ ନିଲାମ ପାଇଁ ଖେଳାଳିଙ୍କ ନାମ ସର୍ଟଲିଷ୍ଟ କରିବେ । କେବଳ ସର୍ଟଲିଷ୍ଟ ଖେଳାଳିମାନେ ନିଲାମରେ ଅଂଶଗ୍ରହଣ କରି ପାରିବେ ।












Click it and Unblock the Notifications