ମୁମ୍ବାଇ ଇଣ୍ଡିଆନ୍ସର ଆନ୍ଥେମ ସଙ୍ଗ୍ ରିଲିଜ୍, ଦେଖିବା ପାଇଁ ମିଳିଲା ରୋହିତଙ୍କ ଜବରଦସ୍ତ ଅନ୍ଦାଜ୍
Mumbai Indians: ଆଉ ମାତ୍ରା ଗୋଟିଏ ଦିନ ପରେ ଆରମ୍ଭ ହେବ IPL 2025 । ଏହା ପୂର୍ବରୁ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ନିଜ ଆନ୍ଥେମ ସଙ୍ଗ୍ ରିଲିଜ୍ କରିଛି । ଏହାକୁ 'ମୈଁ ନହିଁ ତୋ କୌନ୍ ବେ' ଫେମ୍ ଶ୍ରୁତି ତାୱାଡେ ଗାଇଛନ୍ତି, ଏହି ଗୀତରେ ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍ ମଧ୍ୟ ନଜର ଆସିଛନ୍ତି। ଗୀତରେ, ଜ୍ୟାକି ଶ୍ରଫ୍ ରୋହିତ ଶର୍ମାଙ୍କ ଏଣ୍ଟ୍ରିକୁ ଏକ ଦମ ଜବରଦସ୍ତ ରହିଛି । ଏହି ଗୀତର ମୁଖ୍ୟ ଧାଡି ହେଉଛି, 'ପ୍ଲେ ଲାଇକ୍ ମୁମ୍ବାଇ,ଅର୍ଥାତ୍ ମୁମ୍ବାଇ ପରି ଖେଳ।

ମୁମ୍ବାଇ ଇଣ୍ଡିଆନ୍ସ ଦଳ ଆଇପିଏଲ 2025ରେ ତା'ର ପ୍ରଥମ ମ୍ୟାଚ୍ 23 ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳିବ। ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଡବଲ୍ ହେଡରର ଦ୍ୱିତୀୟ ମ୍ୟାଚ୍ ହେବ, ଯାହା ସନ୍ଧ୍ୟା 7:30 ରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆରମ୍ଭ ହେବ। ଟିମ୍ ମୁମ୍ବାଇ IPL ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମାର୍ଚ୍ଚ 20 ଗୁରୁବାର ଦିନ ଏହାର ସଂଗୀତ ଲଞ୍ଚ କରିଛି ।












Click it and Unblock the Notifications