ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲଢ଼େଇ
ୱାଙ୍ଖଡେ ଷ୍ଟାଡ଼ିୟମରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ପରସ୍ପର ବିପକ୍ଷରେ ଖେଳିବାର ଦେଖିବାକୁ ମିଳିବ।
ଉଭୟ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟ ଧାରାକୁ ଫେରିବା ନେଇ ଲକ୍ଷ୍ୟ ରଖିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତାଧିନ ମୁମ୍ବାଇ ଇଣ୍ଡିଆନ୍ସ ୪ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହାସଲ କରିଥିବାବେଳେ ୩ଟି ପରାଜିତ ହୋଇଛି। ଦଳ ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ଅସ୍ଥିର ପ୍ରଦର୍ଶନ କରୁଛି। ଦଳରେ ଏକାଧିକ ତାରକା ରହିଥିଲେ ମଧ୍ୟ ପ୍ରଦର୍ଶନରେ ବିଫଳ ହେଉଛି।
ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା , ରିୟାନ ରିକେଲଟନ, ତିଳକ ବର୍ମା, ରୋହିତ ଶର୍ମା, ନମନ ଧିରଙ୍କୁ ନେଇ ବେଶ ଶକ୍ତିଶାଳୀ ବ୍ୟାଟିଂ ଲାଇନ ରହିଛି। କିନ୍ତୁ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିବାରେ ଉକ୍ତ ଖେଳାଳିମାନେ ବିଫଳ ହୋଇଛନ୍ତି।

ରଜତ ପଟିଦାରଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜିତ ହୋଇଛି। ଦଳ ପ୍ରଥମ ଦୁଇ ମ୍ୟାଚରେ କଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନଇ ସୁପରକିଙ୍ଗ୍ସକୁ ପରାସ୍ତ କରିଥିବାବେଳେ ଶେଷ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ନିକଟରୁ ୮ ୱିକେଟରେ ପରାଜିତ ହୋଇଥିଲା। ବ୍ୟାଟିଂ କ୍ରମରେ ବିରାଟ କୋହଲି ଓ ଫିଲ୍ ସଲ୍ଟ ପ୍ରଥମ ଦୁଇ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବାବେେଳ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ବିପକ୍ଷରେ ବିଫଳ ହୋଇଥିଲେ। ପ୍ରଥମ ଦୁଇ ମ୍ୟାଚରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିବାବେଳେ ଲକ୍ଷ୍ନୌ ବିପକ୍ଷରେ ପ୍ରଭାବହୀନ ପ୍ରଦର୍ଶନ ରହିଥିଲା। ଦ୍ରୁତ ବୋଲିଂ କ୍ଷେତ୍ରରେ ଜୋଶ ହାଜେଲଉଡ୍, ଭୁବନେଶ୍ବର କୁମାର, ୟଶ ଦୟାଲ ରହିଛନ୍ତି। ଦଳର ସ୍ପିନ ବୋଲିଂ ଦାୟିତ୍ବ କ୍ରୁନାଲ ପାଣ୍ଡ୍ୟା ଓ ଲିୟାମ ଲିଭିଙ୍ଗଷ୍ଟୋନ ତୁଲାଉଛନ୍ତି। ଦଳକୁ ବିଜୟ ଧାରାକୁ ଫେରିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।












Click it and Unblock the Notifications