ମୁକେଶଙ୍କ ସ୍ବପ୍ନ ହେଲା ସାକାର; ୱେଷ୍ଟଇଣ୍ଡିଜ୍ ଟୁର ପାଇଁ ଭାରତୀୟ ଦଳରୁ ଆସିଲା କଲ୍
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଟୁର ପାଇଁ ମୁକେଶ କୁମାର ଭାରତୀୟ ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର କଲ୍ ପାଇଥିବା ନୂଆ ଚେହେରାମାନଙ୍କ ମଧ୍ୟରୁ ଜଣେ। ମୁକେଶଙ୍କୁ ଉଭୟ ଟେଷ୍ଟ ଏବଂ ଦିନିକିଆ ଦଳରେ ସାମିଲ କରାଯାଇଛି। ଆଇପିଏଲ୍ ୨୦୨୩ ରେ ମୁକେଶଙ୍କ ପ୍ରଦର୍ଶନ ଚମତ୍କାର ଥିଲା।
କୁହାଯାଏ ଯେ ସ୍ବପ୍ନ ସାକାର ହୁଏ, ହେଲେ ତାକୁ ପୂରଣ କରିବା ପାଇଁ କଠିନ ପରିଶ୍ରମ ଏବଂ ଏକ ଅଦମ୍ୟ ଚେଷ୍ଟା ଆବଶ୍ୟକ। ବିହାରର ଗୋପାଳଗଞ୍ଜରୁ ଦ୍ରୁତ ବୋଲର ମୁକେଶ କୁମାରଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇଛି।

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ମନୋନୀତ ହେବା ପରେ ମୁକେଶ କୁମାର ବହୁତ ଖୁସି ଅଛନ୍ତି। ସେ ପିଟିଆଇ ସହ କଥାବାର୍ତ୍ତା ବେଳେ ନିଜ ଖୁସି ବ୍ୟକ୍ତ କରିଛନ୍ତି। ପେସର୍ କହିଛନ୍ତି, "କେହେତେ ହେଁ ନା ଅଗର ଆପ୍ ଟେଷ୍ଟ୍ ନାହି ଖେଲା ତୋ କିଆ ହାଇ ଖେଲେ। ମୋର ସ୍ୱପ୍ନ ମୋ ସାମ୍ନାରେ ଅଛି। ମୁଁ ସବୁବେଳେ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଚାହୁଁଥିଲି। ଶେଷରେ ମୁଁ ଲକ୍ଷ୍ୟସ୍ଥଳରେ ପହଞ୍ଚିଛି।"
ସଫଳତା ପାଇଁ ପିତା ଗର୍ବିତ ହେବା ଜରୁରୀ
ମୁକେଶ କୁମାର କହିଛନ୍ତି, "ମୁଁ ନିଶ୍ଚିତ ଯେ ମୋ ବାପା ମୋ ସଫଳତାରେ ବହୁତ ଖୁସି ହେବେ। ମା ଏବଂ ବାପାଙ୍କ ସମର୍ଥନ ସର୍ବଦା ସେଠାରେ ରହିଆସିଛି ଏବଂ ବନ୍ଧୁମାନେ ମଧ୍ୟ ମୋ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଦେଖାଇଛନ୍ତି।
୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରୁଛି
ମୁକେଶ କହିଛନ୍ତି ଯେ ସେ ଯାହା କରନ୍ତି ସେଥିରେ ସେ ଶତପ୍ରତିଶତ ଦେବାକୁ ଚେଷ୍ଟା କରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, "ଏହା ସରଳ। ମୁଁ ଯାହାବି କରେ ସେଥିରେ ମୁଁ ଶତପ୍ରତିଶତ ଦେବାକୁ ଚେଷ୍ଟା କରେ ଏବଂ ମୁଁ ମଧ୍ୟ ତାହା ଜାରି ରଖିବି।" ଆଇପିଏଲ୍ 2023 ରେ, ମୁକେଶ ତାଙ୍କ ଶତ ପ୍ରତିଶତ ଦେଇ ଅନେକ ପ୍ରଶଂସା ଲାଭ କରିଥିଲେ ।












Click it and Unblock the Notifications