ମହେନ୍ଦ୍ର ସିଂ ଧୋନୀ ଏବଂ କୋହଲିଙ୍କ ବିଷୟରେ ବଡ଼ ଖୁଲାସା କଲେ ଅମିତ ମିଶ୍ରା
ଭାରତର ଭେଟେରାନ ସ୍ପିନର ଅମିତ ମିଶ୍ରା, ମହେନ୍ଦ୍ର ସିଂ ଧୋନୀ ଏବଂ କୋହଲିଙ୍କ ବିଷୟରେ ବଡ଼ ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ ଲେଗ ସ୍ପିନର ଅମିତ ମିଶ୍ର କହିଛନ୍ତି, ଦଳ ଚୟନରେ କେବଳ ଖେଳିବା କ୍ଷମତା ନୁହେଁ ବରଂ ସମ୍ଭାବନାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଏ।
କ୍ରିକେଟ ପିଚରେ କେବଳ ଭଲ ପ୍ରଦର୍ଶନ କରିବା ପର୍ଯ୍ୟାପ୍ତ ନୁହେଁ । ଅଧିନାୟକଙ୍କ ପସନ୍ଦ ଉପରେ ନିର୍ଭର କରେ । ଧୋନୀ ଏବଂ କୋହଲିଙକ୍କ ଯୋଗୁ ମୋ କ୍ୟାରିୟର ବରବାଦ ହୋଇଯାଇଛି ବୋଲି ସେ କହିଛନ୍ତି ।
ଅମିତ କହିଛନ୍ତି, ଏମଏସ ଧୋନୀଙ୍କ ସହ ମୋର ଭଲ ସମ୍ପର୍କ ଥିଲା, କିନ୍ତୁ ଦଳରେ ମୋତେ ମନୋନୀତ କରାଯାଉ ନ ଥିଲା । ମୁଁ ଦୁଇଥର ପଚାରିଲି ମୋତେ କାହିଁକି ମନୋନୀତ କରାଯାଉ ନାହିଁ, ମୋତେ କୁହାଗଲା ଯେ ମୋତେ ବିଶ୍ରାମ ଦିଆଯିବ । ସେ ପର୍ଯ୍ୟନ୍ତ ମୁଁ ବିରତି ପାଇଁ ମଧ୍ୟ ଅନୁରୋଧ କରି ନ ଥିଲି। ତେଣୁ ମୁଁ ବିରତି ମାଗିବାର କୌଣସି କାରଣ ପାଇ ନ ଥିଲି ।

ସତ କହିବାକୁ ଗଲେ ମୁଁ ଧୋନିଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବା ସ୍ଥିତିରେ ନ ଥିଲି। ମୁଁ କୋଚଙ୍କୁ ପଚାରିଥିଲି, ଯିଏ ମୋତେ ଧୋନୀଙ୍କ ସହ ସିଧାସଳଖ କଥା ହେବାକୁ କହିଥିଲେ, କିନ୍ତୁ ମୁଁ ଅନୁଭବ କଲି ଯେ ମୁଁ ଏହା କରିପାରିବି ନାହିଁ ।
ଏହା ବ୍ୟତୀତ ଅମିତ ମିଶ୍ର ବିରାଟ କୋହଲିଙ୍କ ବିଷୟରେ ମଧ୍ୟ କହିଛନ୍ତି, ଆଇପିଏଲରେ ଆରସିବି ପକ୍ଷରୁ ଖେଳୁଥିବା ସମୟରେ ମୁଁ ମୋର କ୍ୟାରିୟର ଆଶା ବିଷୟରେ ଦଳ ପରିଚାଳନା ଠାରୁ ସ୍ପଷ୍ଟୀକରଣ ମାଗିଥିଲି । ସେମାନେ ଏହା ବିଚାର କରିବେ ଏବଂ ମୋତେ ବିରାଟ କୋହଲିଙ୍କୁ ପରାମର୍ଶ ନେବାକୁ କୁହାଯାଇଥିଲା ।
କୋହଲିଙ୍କୁ ଏନେଇ ମେସେଜ ମଧ୍ୟ କରିଥିଲି, କିନ୍ତୁ ସେ କେବଳ ମେସେଜ ପଢି କହିଥିଲେ ଯେ ସେ ମୋ ସହ ଯୋଗାଯୋଗ କରିବେ, ଯାହା ସେ କେବେ କରିନାହାଁନ୍ତି ।
ଅମିତ ମିଶ୍ର ୨୨ଟି ଟେଷ୍ଟ ମ୍ୟାଚ ଖେଳି ମୋଟ ୭୬ ଉଇକେଟ ନେବାରେ ସଫଳ ହୋଇଛନ୍ତି । ଏଥି ସହିତ ମିଶ୍ର ୩୬ଟି ଦିନିକିଆ ମ୍ୟାଚରେ ୬୪ ଉଇିକେଟ ନେବାରେ ସଫଳ ହୋଇଛନ୍ତି । ଏଥି ସହ ଅମିତ ମିଶ୍ର ୧୦ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୬ଟି ଉଇକେଟ ନେଇଛନ୍ତି ।












Click it and Unblock the Notifications