ଆଗାମୀ ଆଇପିଏଲ ଖେଳିବେ କି ନାହିଁ ଧୋନି, ଡିସେମ୍ବରରେ ‌ନେବେ ନିଷ୍ପତ୍ତି

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଉ ଆଇପିଏଲରେ ଖେଳିବେ କି ନାହିଁ, ତାହା ଚଳିତ ବର୍ଷ ଡିସେମ୍ବର ମାସରେ ଜଣାପଡିବ । ଧୋନି କହିଛନ୍ତି ଯେ, ସେ ଏନେଇ ଡିସେମ୍ବରରେ ‌ନିଷ୍ପତ୍ତି ନେବେ ।

ଗତ ମଙ୍ଗଳବାର ଚେପକ୍‌ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଆଇପିଏଲ କ୍ବାଲିଫାୟର-୧ରେ ଚେନ୍ନଇ ସୁପର କିଙ୍ଗ୍ସ ୧୫ ରନରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି । ମ୍ୟାଚ ପରେ ଧୋନିଙ୍କୁ ଆଗାମୀ ଦିନରେ ସିଏସକେରେ ଖେଳାଳି କିମ୍ବା ଅନ୍ୟ କୌଣସି ଭୂମିକାରେ ଦେଖିବାକୁ ପ୍ରଶଂସକ ପାଇବେ ବୋଲି ପ୍ରଶ୍ନ କରା ଯାଇଥିଲା । ୪୧ ବର୍ଷୀୟ ଧୋନି କହିଥିଲେ ଯେ, ଚେନ୍ନଇ ସହିତ ସଦାସର୍ବଦା ରହିଛି ; ଆଉ ଆଗାମୀ ଦିନରେ ରହିବି । ହେଲେ ୨୦୨୪ ଆଇପିଏଲରେ ଚେନ୍ନଇ ପାଇଁ ଖେଳିବା ନେଇ ନିଷ୍ପତ୍ତି ଆସନ୍ତା ଡିସେମ୍ବରରେ ନେବି ।

MS Dhoni

ଉଲ୍ଲେଖଥାଉ କି, ଚେନ୍ନଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଦଳ ୧୦ମ ଥର ଲାଗି ଆଇପିଏଲର ଫାଇନାଲରେ ପହଞ୍ଚିଛି । ୫ମ ଥର ପାଇଁ ଚେନ୍ନଇକୁ ଆଇପିଏଲ ବିଜେତା କରିବା ନେଇ ଧୋନି ଆଉ ମାତ୍ର ଗୋଟିଏ ବିଜୟଠାରୁ ଦୂରରେ ରହିଛନ୍ତି । ଚେନ୍ନଇ ସୁପର କିଙ୍ଗ୍ସର ଏହି ସଫଳ ଅଧିନାୟକ ଚଳିତ ଆଇପିଏଲର ଫାଇନାଲ ପରେ ଅବସର ନେବା ନେଇ ଚର୍ଚ୍ଚା ହେଉଛି । ଏପରିକି ଆସନ୍ତା ୨୮ ତାରିଖରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଆଇପିଏଲ-୧୬ ଫାଇନାଲ ପରେ ଧୋନି ଅବସର ନେବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+