Get Updates
Get notified of breaking news, exclusive insights, and must-see stories!

ଟିମ ଇଣ୍ଡିଆକୁ ପୁଣି ଟି-20 ବିଶ୍ୱକପ ଜିତାଇବେ ଧୋନି, ବିସିସିଆଇ ଦେଇପାରେ ବଡ ଦାୟିତ୍ୱ

ଭାରତୀୟ ଟି-20 କ୍ରିକେଟ୍ ସେଟଅପ୍ ସହିତ ଏକ ବଡ଼ ଭୂମିକା ପାଇଁ ଧୋନିଙ୍କୁ ଏକ ପ୍ରସ୍ତାବ ପଠାଇବାକୁ ବିସିସିଆଇ ପ୍ରସ୍ତୁତ ଅଛି । ଭାରତୀୟ କ୍ରିକେଟରେ ସ୍ଥାୟୀ ଭୂମିକା ପାଇଁ ଧୋନିଙ୍କୁ ଡାକିବାକୁ ବିସିସିଆଇ ଚିନ୍ତା କରୁଛି ।

ନୂଆଦିଲ୍ଲୀ: ସଜସଜ ଶେଷ ହୋଇଥିବା ଆଇସିସି ଟି-20 ବିଶ୍ୱକପ ସେମିଫାଇନାଲରେ ଟିମ ଇଣ୍ଡିଆର ଲଜ୍ଜା ଜନକ ପରାଜୟ ଏବଂ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ବିଫଳତା ପରେ ଭାରତୀୟ କ୍ରିକେଟ୍ ବୋର୍ଡ ଏବେ ଏକ ବଡ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛି । ଏହି ପ୍ରସ୍ତୁତି ମଧ୍ୟରେ ବିସିସିଆଇ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏକ ବଡ଼ ଦାୟିତ୍ୱ ମିଳିପାରେ ବୋଲି ସୂଚନା ମିଳୁଛି ।

 MS Dhoni

ଖବର ଅନୁଯାୟୀ, ଭାରତୀୟ ଟି-20 କ୍ରିକେଟ୍ ସେଟଅପ୍ ସହିତ ଏକ ବଡ଼ ଭୂମିକା ପାଇଁ ଧୋନିଙ୍କୁ ଏକ ପ୍ରସ୍ତାବ ପଠାଇବାକୁ ବିସିସିଆଇ ପ୍ରସ୍ତୁତ ଅଛି । ଭାରତୀୟ କ୍ରିକେଟରେ ସ୍ଥାୟୀ ଭୂମିକା ପାଇଁ ଧୋନିଙ୍କୁ ଡାକିବାକୁ ବିସିସିଆଇ ଚିନ୍ତା କରୁଛି ।

ଦି ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ଇଣ୍ଡିଆ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଅନୁଭବ କରୁଛି ଯେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ତିନୋଟି ଫର୍ମାଟରେ ପରିଚାଳନା କାର୍ଯ୍ୟ କରିବା ଟିକେ ଭାରୀ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ କୋଚିଂର ଭୂମିକାକୁ ଭାଗ କରିବାକୁ ଚିନ୍ତା କରୁଛି । ଏହାକୁ ଦୃଷ୍ଟିରେ ରଖି ଧୋନିଙ୍କୁ ଅନ୍ତର୍ଭୁକ୍ତ କରିବା ଓ ଟିମ୍ ଇଣ୍ଡିଆର ସ୍ତର ବଢ଼ାଇକୁ ବିସିସିଆଇ ଉଦ୍ୟମ କରୁଛି । ଖବର ଅନୁଯାୟୀ, ଚଳିତ ମାସ ଶେଷରେ ହେବାକୁ ଥିବା ଆପେକ୍ସ କାଉନସିଲ ବୈଠକରେ ଏହା ଉପରେ ଆଲୋଚନା କରାଯିବ ।

ଟେଲିଗ୍ରାଫର ରିପୋର୍ଟରେ କହିଛି ଯେ, ଏମଏସ ଧୋନି ଆଇପିଏଲ 2023 ଋତୁ ପରେ ଆଇପିଏଲରୁ ବିଦାୟ ନେବାକୁ ଯାଉଛନ୍ତି । ଏହା ପରେ ସେ ଦଳର ଟି-20 ସେଟଅପର ଏକ ଅଂଶ ହେବାକୁ ଯାଉଛନ୍ତି । ତେବେ ଧୋନିଙ୍କୁ କେତେବେଳେ ଓ କେଉଁ ଫର୍ମାଟରେ ଦାୟିତ୍ୱ ଦିଆଯିବ ସେନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଚଳିତ ମାସ ଶେଷ ସୁଦ୍ଧା ହେବାକୁ ଥିବା ବିସିସିଆଇ ଆପେକ୍ସ ପରିଷଦ ବୌଠକରେ ଧୋନିଙ୍କ ଭୂମିକା ଉପରେ ଆଲୋଚନା କରାଯିବ।

ନିକଟରେ ଗମ୍ଭୀର କହିଥିଲେ ଯେ, ରୋହିତ ଶର୍ମାଙ୍କ ଡବଲ ସେଞ୍ଜୁରୀ ରେକର୍ଡ ଏବଂ ବିରାଟ କୋହଲିଙ୍କ ମୋଟ ଶତକ ରେକର୍ଡ ଭାଙ୍ଗି ଯାଇପାରେ। କିନ୍ତୁ ଭାରତ ପାଇଁ 3ଟି ଆଇସିସି ଟ୍ରଫି ଜିତିବାର ଏମଏସ ଧୋନିଙ୍କ ରେକର୍ଡ ଅକ୍ଷୁର୍ଣ୍ଣ ରହିବ। କ୍ରୀଡା ଇତିହାସରେ ଏମଏସ ଧୋନି ହେଉଛନ୍ତି ଏକମାତ୍ର ଅଧିନାୟକ ଯିଏକି ତିନିଟି ଆଇସିସି ଟ୍ରଫି ଜିତିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକାରେ ଉଦଘାଟନୀ ସଂସ୍କରଣରେ ଟି-20 ବିଶ୍ୱକପ 2007 ଜିତିବା ପରେ ଏମଏସ ଧୋନି ଲାଇମ୍ ଲାଇଟକୁ ଆସିଥିଲେ । ଭାରତ ପ୍ରଥମ ଟି-20 ବିଶ୍ୱକପ ଟାଇଟଲ ଜିତିବା ପାଇଁ ଫାଇନାଲରେ ପାକିସ୍ତାନ କ୍ରିକେଟ୍ ଦଳକୁ ପରାସ୍ତ କରିଥିଲା । ପରେ ମେନ୍ ଇନ୍ ବ୍ଲୁ ଦିନିକିଆ ଅନ୍ତର୍ଜାତୀୟ ଫର୍ମାଟରେ ସେମାନଙ୍କର ପ୍ରାଧାନ୍ୟ ବିସ୍ତାର କରିଥିଲା । ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଆଇସିସି ଦିନିକିଆ ବିଶ୍ୱକପ 2011 ଭାରତ ଜିତିଥିଲା । ମେନ ଇନ୍ ବ୍ଲୁ ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଟାଇଟଲ୍ ଜିତିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+