MS Dhoni: ଧୋନୀଙ୍କ ଠାରୁ ୧୫ କୋଟି ଲୁଟିନେଲେ ତାଙ୍କ ବନ୍ଧୁ !
MS Dhoni: ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ଠକେଇ ମାମଲା ସାମ୍ନାକୁ ଆସିଛି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ କି କୋଟିଏ ବି ନୁହେଁ ୧୫ କୋଟି ଟଙ୍କା ଠକାମୀର ଶିକାର ହୋଇଛନ୍ତି ଧୋନୀ । ତେବେ କିଏ ଧୋନୀଙ୍କୁ ଠକିଦେଲା? ତାହା ଜଣାପଡ଼ି ନାହିଁ ।
ବିଶ୍ୱ ସ୍ତରରେ କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା ପାଇଁ ଦୀପକ ୨୦୧୭ ରେ ମହେନ୍ଦ୍ର ସିଂ ଧୋନିଙ୍କ ସହ ଏକ ଚୁକ୍ତି କରିଥିବା ଜଣାଯାଇଛି । ତେବେ ଚୁକ୍ତିରେ ଉଲ୍ଲେଖ କରାଯାଇଥିବା ସର୍ତ୍ତଗୁଡିକ ପାଳନ କରିବାରେ ଦିୱାକର ବିଫଳ ହୋଇଥିଲେ। ଚୁକ୍ତିନାମା ଅନୁଯାୟୀ, ଆର୍କା ସ୍ପୋର୍ଟସ୍ ଫ୍ରାଞ୍ଚାଇଜ୍ ଫି ଦେବାକୁ ଏବଂ ପ୍ରଫିଟ ବାଣ୍ଟିବାକୁ ବାଧ୍ୟ ହୋଇଥିଲା ।
ସୂଚନା ଅନୁସାରେ, ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କ ପୂର୍ବତନ ବ୍ୟବସାୟିକ ଭାଗିଦାରୀଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ କରିଛନ୍ତି । ୨୦୧୭ ମସିହାରେ ହୋଇଥିବା ଏକ ବ୍ୟବସାୟିକ ଚୁକ୍ତିକୁ ନେଇ ଧୋନୀ ଠକାମୀର ଶିକାର ହେବା ପରେ ଆର୍କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ମିହିର ଦିୱାକର ଏବଂ ସୋମ୍ୟ ବିଶ୍ୱାସଙ୍କ ବିରୋଧରେ ରାଞ୍ଚି କୋର୍ଟଙ୍କ ଆଶ୍ରୟ ନେଇଛନ୍ତି ଧୋନୀ ।

ଏମ ଏସ ଧୋନି ୧୫ କୋଟିରୁ ଅଧିକ କ୍ଷତି ସହିଛନ୍ତି
ଧୋନୀଙ୍କ ବିନା ଅନୁମତି ଏବଂ ଅଜାଣତରେ ସେମାନେ ତାଙ୍କ ନାଁ କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା କରି ମୋଟା ଅଙ୍କର ଟଙ୍କା ରୋଜଗାର କରି ଚଳୁ କରିଦେଇଥିବା ଜଣାପଡିଛି । ପୂର୍ବରୁ ବି ତାଙ୍କୁ ଏ ନେଇ ନୋଟିସ୍ ଜାରି କରିଥିଲେ ଧୋନୀ । କିନ୍ତୁ ଏହାକୁ ଖାତିର ନକରି ସେମାନେ ଧୋନୀଙ୍କ ନାଁ ରେ କ୍ରିକେଟ୍ ଏକାଡେମୀ ଓ ସ୍ପୋର୍ଟସ୍ ଏକାଡେମୀ ପ୍ରତିଷ୍ଠା ଜାରି ରଖିଥିଲେ । ଏଭଳି କରିବା ଦ୍ବାରା ଧୋନୀ ୧୫ କୋଟି ଟଙ୍କାର କ୍ଷତି ସହିଛନ୍ତି ।












Click it and Unblock the Notifications