ଧୋନି ରଚିଲେ ଇତିହାସ, ଆଇପିଏଲରେ ଏଭଳି ରେକର୍ଡ କରିବାରେ ହେଲେ ପ୍ରଥମ ଖେଳାଳି
ନୂଆଦିଲ୍ଲୀ: ଲଗାତାର ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଶେଷରେ ବିଜୟର ସ୍ୱାଦ ଚାଖିଛି ଏବଂ ସନରାଇଜର୍ସ ହାଇଦ୍ରାବାଦକୁ ୭୮ ରନରେ ପରାସ୍ତ କରିଥିଲା । ଏହି ବିଜୟ ସହିତ ପୂର୍ବତନ ସିଏସକେ ଅଧିନାୟକ ଏମଏସ ଧୋନି ଇତିହାସ ସୃଷ୍ଟି କରିଛନ୍ତି । ବାସ୍ତବରେ ଏହା ଆଇପିଏଲରେ ତାଙ୍କର ୧୫୦ ତମ ବିଜୟ ଥିଲା । ସେ ଆଇପିଏଲରେ ୧୫୦ ଟି ମ୍ୟାଚ୍ ଜିତିଥିବା ପ୍ରଥମ ଖେଳାଳି ହୋଇଛନ୍ତି । ବିରାଟ କୋହଲି କି ରୋହିତ ଶର୍ମା ଧୋନିଙ୍କ ରେକର୍ଡକୁ ଛୁଇଁପାରିନାହାନ୍ତି ।
ସୂଚନାଯୋଗ୍ୟ, ଧୋନି ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପରକିଙ୍ଗସ ଏବଂ ସନଭାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଗରେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ଏହି ମ୍ୟାଚ୍ରେ ଧୋନି ୨ବଲରେ ୫ ରନ କରିଥିଲେ । ଆଉ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ଜିତି ଇତିହାସ ରଚିଛନ୍ତି । ଧୋନ ଚେନ୍ନାଇ ସୁପରକିଙ୍ଗସ ପାଇଁ ୧୩୫ ମ୍ୟାଚ୍ ଏବଂ ରାଇଜିଂ ପୁନେ ସୁପର ଜିଆଣ୍ଟସ ପାଇଁ ୧୫ଟି ମ୍ୟାଚ ଜିତିଛନ୍ତି । ଚେନ୍ନାଇ ଟିମ୍ ୨୦୧୬ ଏବଂ ୨୦୧୭ରେ ବ୍ୟାନ ଥିଲା । ଏହି ସମୟରେ ଧୋନି ରାଇଜିଂ ପୁନେ ସୁପର ଜିଆଣ୍ଟ ସହିତ ଖେଳିଥିଲେ ।

ଆଇପିଏଲରେ ଅଧିକାଂଶ ବିଜୟ ସହିତ, ଅଧିକାଂଶ ମ୍ୟାଚ୍ ଖେଳିବାର ରେକର୍ଡ ମଧ୍ୟ ଏମଏସ ଧୋନିଙ୍କ ନାମରେ ଅଛି । ଧୋନି ଆଇପିଏଲରେ ୨୫୯ ଟି ମ୍ୟାଚ୍ ଖେଳିଛନ୍ତି, ସେଥିମଧ୍ୟରୁ ସେ ୧୫୦ ଟି ମ୍ୟାଚ୍ ଜିତିଛନ୍ତି । ୨୫୨ ଟି ମ୍ୟାଚରେ ୧୩୫ ଟି ମ୍ୟାଚ ଜିତିଥିବା ଆଇପିଏଲର ଅଧିକାଂଶ ବିଜୟ ତାଲିକାରେ ହିଟମ୍ୟାନ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୧୩୪ ବିଜୟ ସହ ରବିନ୍ଦ୍ର ଜାଡେଜା ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ଦିନେଶ ଜାଲିସ ୧୨୫, ଏବଂ ସୁରେଶ ରାଇନା ୧୨୫ ଟି ମ୍ୟାଚ୍ ଜିତିଛନ୍ତି












Click it and Unblock the Notifications