MS Dhoni: ମାତ୍ର ୦.୧୨ ସେକେଣ୍ଡ; ବିଜୁଳିଠୁ ଠାରୁ ଅଧିକ ବେଗରେ ଷ୍ଟମ୍ପିଂ କଲେ ଏମ ଏସ ଧୋନୀ

ମାତ୍ର ୦.୧୨ ସେକେଣ୍ଡ । ବିଜୁଳିଠୁ ଠାରୁ ଅଧିକ । ପୂର୍ବରୁ ଯେମିତି ଏବେ ବି ସେମିତି । ଆଖି ପିଛୁଳାକେ ବାଜି ପଲଟାଇବାରେ ସେ ମାହିର । ସେ ହେଉଛନ୍ତି ମାହି । ମାହି ଅଛନ୍ତି ତ ସବୁ ଠିକ୍ ଠାକ୍ ।

ଆଜ୍ଞା ହଁ ଆମେ କହୁଛୁ ସେହି ଖେଳାଳିଙ୍କ କଥା ଯିଏକି ସମୟକୁ ବି ଦେଇପାରନ୍ତି ମାତ୍ । ଆଖି ପଲକ ପଡିବା ପୂର୍ବରୁ ସବୁକିଛି ଓଲଟପାଲଟ । ଯାହା କେହି ଭାବିନଥିବେ ସେ ସବୁ କରିବାରେ ସେ ଖୁବି କ୍ଷୀପ୍ର ।

ବୟସର ଅପରାହ୍ନରେ ବି ବିରୋଧୀ ଚିତ୍ ତାଙ୍କ ମାଷ୍ଟର ପ୍ଲାନ୍ ଆଗରେ । ଖେଳାଳି ନା ବୁଝିପାରିଲେ ନା ଜାଣିପାରିଲେ, କିନ୍ତୁ ଆଉଟ୍ ହୋଇ ଚାଲିଗଲେ । ସେହି ୦.୧୨ ସେକେଣ୍ଡ ବଦଳାଇଥିଲା ମ୍ୟାଚ୍ର ଗତିପଥ ।

MS Dhoni

ଆଇପିଏଲ ୨୦୨୫ର ତୃତୀୟ ମ୍ୟାଚ୍ ଚେନ୍ନାଇ ଏବଂ ମୁମ୍ବାଇ ମଧ୍ୟରେ ଚେପକରେ ଖେଳାଯାଇଥିଲା । ୨୩ ମାର୍ଚ୍ଚରେ ଚେପକରେ ଅନୁଷ୍ଠିତ ଏହି ମ୍ୟାଚରେ ଖେଳିବାକୁ ମହେନ୍ଦ୍ର ସିଂହ ଧୋନି । ତେବେ ପୂର୍ବବର୍ଷ ଭଳି ଏଥର ବି ଦେଖିବାକୁ ମିଳିଥିଲା ମାହୀ ଜଲଓ୍ୱା ।

ପ୍ରଥମ ମ୍ୟାଚ୍ରେ ସେ ବିଜୁଳି ଗତିରେ ଷ୍ଟମ୍ପିଂ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ତାଙ୍କର ଷ୍ଟମ୍ପିଂ ଏତେ ଦ୍ରୁତ ଥିଲା ଯେ ମୁମ୍ବାଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପବନ ମଧ୍ୟ ଅନୁଭବ କରିପାରି ନଥିଲେ ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଧୋନି ମାତ୍ର ୦.୧୨ ସେକେଣ୍ଡରେ ଷ୍ଟମ୍ପିଂ କରିବାର ସକ୍ଷମ ହୋଇତିଲେ ଧୋନୀ ।

ଯଦିଓ ସୂର୍ଯ୍ୟକୁମାର ଯାଦବ ବୁଝିପାରିନଥିଲେ କିନ୍ତୁ ପିଚ୍ ଛାଡି ଚାଲିଯାଇଥିଲେ । କାରଣ ପ୍ରଶଂସକଙ୍କ କହିବା କଥା ଥିଲା ସେର୍ ବୁଢା ଜରୁର୍ ହୋ ଗୟା ହେ ଲେକିନ ଲଢନା ନେହି ଛୋଡା ହୈ...। ଧୋନିଙ୍କ ଏପରି ସ୍ପିଡ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଦେଖଣାହାରୀ । ଏହା ସହିତ, ୪୩ ବର୍ଷୀୟ ଧୋନି କରି ଦେଖାଇ ଦେଇଛନ୍ତି ଯେ ତାଙ୍କ ଗ୍ଲୋଭସ୍ରେ ଏବେ ବି ସେହି ପୁରୁଣା ଜାଦୁ ରହିଛି।

ମହେନ୍ଦ୍ର ସିଂହ ଧୋନିଙ୍କୁ କୁହାଯାଏ ବିଶ୍ୱର ସର୍ବୋତ୍ତମ ୱିକେଟ କିପର । ସେଥିପାଇଁ କୁହାଯାଏ ଯେ ୱିକେଟ ପଛରେ ଥିବାବେଳେ କ୍ରିଜ୍ ଛାଡିବାର ଭୁଲ କରିବା ଉଚିତ୍ ନୁହେଁ। କିନ୍ତୁ ସୂର୍ଯ୍ୟକୁମାର ଯାଦବ ଏହି ଭୁଲ କରିଥିଲେ । ଯାହା ତାଙ୍କୁ ମହଙ୍ଗା ପଡ଼ିଥିଲା । ପ୍ରକୃତରେ, ୧୧ତମ ଓଭରରେ ସେ ମୁମ୍ବାଇ ଇନିଂସକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥିଲେ ।

ଏଥିପାଇଁ, ନୁର ଅହମ୍ମଦଙ୍କ ବିପକ୍ଷରେ ଓଭରର ତୃତୀୟ ବଲ୍ରେ ସେ କ୍ରିଜ୍ ବାହାରକୁ ଆସି ଏକ ବଡ଼ ସଟ୍ ମାରିବାକୁ ଚେଷ୍ଟା କରିଥିଲେ । ଶେଷରେ ସେପରି ହୋଇଥିଲା । ସୂର୍ଯ୍ୟକୁମାର ଯାଦବ ତାଙ୍କ ବ୍ୟାଟ୍ ସୁଇଂ ଠିକ୍ ଭାବରେ ସମାପ୍ତ କରି ନଥିଲେ ଯେତେବେଳେ ଧୋନି ଆଖି ପିଛୁଳକା ଷ୍ଟମ୍ପିଂ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+