ଟ୍ରାକ୍ଟରରେ ହଳ କଲେ ଧୋନି, ଇନଷ୍ଟାଗ୍ରାମରେ ଭିଡିଓ କଲେ ସେୟାର...
ଧାନ କ୍ଷେତରେ ହଳ କଲେ ଧୋନି । ଟ୍ରାକ୍ଟର ଚଳାଇ କ୍ଷେତ ଚଷୀଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଆଉ ଯାହାର ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

Ms Dhoni in Tractor: ଧାନ କ୍ଷେତରେ ହଳ କଲେ ଧୋନି । ଟ୍ରାକ୍ଟର ଚଳାଇ କ୍ଷେତ ଚଷୀଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଆଉ ଯାହାର ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅନ୍ୟପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୋସିଆଲ ମିଡିଆରେ ଏବେ ସକ୍ରିୟ ରହିଛନ୍ତି ଧୋନି । କାରଣ ଦୀର୍ଘ ୨ ବର୍ଷ ପରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଧୋନି । ଯାହା ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଛି ।
ଏହି ଭିଡିଓରେ ସେ ଟ୍ରାକ୍ଟର ଚଳାଉଛନ୍ତି । କ୍ଷେତ୍ରରେ ପୁରା ଅଭିଜ୍ଞ ଚାଳକଙ୍କ ଭଳି ଧୋନି ଟ୍ରାକ୍ଟର ଚଳାଉଛନ୍ତି । ତାଙ୍କ ସହ ଟ୍ରାକ୍ଟରରେ ଆଉ କିଛି ଲୋକ ମଧ୍ୟ ବସିଛନ୍ତି । ନିଜ ଇନଷ୍ଟ୍ରାଗ୍ରାମରେ ଭିଡିଓ ସେୟାର କରି ମାହି ଲେଖିଛନ୍ତି ଯେ, ନୂଆ କିଛି ଶିଖିବା ସବୁବେଳେ ଏକ ମଜାଦାର ଅନୁଭୂତି । ହେଲେ ଏହି କାମ ସାରିବାକୁ ବହୁ ସମୟ ଲାଗିଲା ବୋଲି ସେ ଲେଖିଛନ୍ତି ।
ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରାୟ ଏକ କୋଟି ଲୋକ ଏହାକୁ ଦେଖି ସାରିଲେଣି । ମାହି ଟ୍ରାକ୍ଟର ଚଳାଉଥିବା ଭିଡିଓ ଉପରେ ଏକାଧିକ ସେଲିବ୍ରିଟି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ତେବେ ରବୀନ୍ଦ୍ର ଜାଡ଼େଜାଙ୍କ ପ୍ରତିକ୍ରିୟା ସବୁଠୁ ମଜାଦାର । ଜାଡ଼େଜା ଲେଖିଛନ୍ତି, ମାହି ଭାଇ ଟ୍ରାକ୍ଟର ତ ଚଳାଉଛନ୍ତି, ହେଲେ ଗାଡ଼ିର ନମ୍ବର ପ୍ଲେଟ କାହିଁ ?
ଉଲ୍ଲେଖଥାଉ କି, ଏମଏସ ଧୋନି (MS Dhoni) ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । କିନ୍ତୁ ଆଇପିଏଲ୍ ସେ ଜରିଆରେ ଫ୍ୟାନ୍ସଙ୍କ ସହିତ ଜଡିତ ରହିଛନ୍ତି । ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପରକିଙ୍ଗସ ୪ ଥର ଆଇପିଏଲ ଟାଇଟଲ ଜିତିଛି। ଏଥର ମଧ୍ୟ ଟାଇଟଲ ହାସଲ କରି ଧୋନି କ୍ୟାରିଅରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଧୋନୀ ନୂଆ ନୂଆ ଅନ୍ଦାଜରେ ସବୁବେଳେ ସାମ୍ନାକୁ ଆସିଥାନ୍ତି । କେତେବେଳେ ନିଜ ବାଇକରେ ଝିଅ ଝିଭାକୁ ବସାଇ ବୁଲାଉ ଥିବାର ଦେଖିବାକୁ ମିଳନ୍ତି । କେତେବେଳେ ଧ୍ୟାନ ମୁଦ୍ରାରେ ତାଙ୍କର ଭିଡିଓ ଭାଇରାଲ ହୋଇଥାଏ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications