Get Updates
Get notified of breaking news, exclusive insights, and must-see stories!

ଆମେରିକର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନି, ଭାଇରାଲ ହେଲା ଫଟୋ

MS Dhoni Played Golf with Donald Trump: ଟ୍ରମ୍ପଙ୍କ ସହ ଗଲ୍ଫ ଖେଳିଲେ ଧୋନି । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ଫଟୋ ସାମ୍ନାକୁ ଆସିଛି । ଯାହାକି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ତେବେ ଭାରତୀୟ କ୍ରିକେଟ ଦଳର ଅନ୍ୟତମ ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରଶଂସକ ଅଛନ୍ତି । ଧୋନି କ୍ରିକେଟ ଜଗତରେ ଅନେକ ସଫଳତା ହାସଲ କରିଛନ୍ତି ସତ । ମାତ୍ର ସେ କ୍ରିକେଟ୍ ବ୍ୟତୀତ ଅନେକ ଖେଳକୁ ମଧ୍ୟ ପସନ୍ଦ କରନ୍ତି । ଧୋନିଙ୍କର ପ୍ରଥମ ପ୍ରେମ ହେଉଛି ଫୁଟବଲ । ଏହା ବ୍ୟତୀତ ସେ ଟେନିସ ଏବଂ ଗଲ୍ଫକୁ ମଧ୍ୟ ପସନ୍ଦ କରନ୍ତି ।

MS Dhoni

ତେବେ ଧୋନିଙ୍କ ସାଙ୍ଗ ହିତେଶ ସାଙ୍ଘବୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଆଉ ଏହି ପୋଷ୍ଟରେ ସେ ଆମେରିକାର ଏହି ପୂର୍ବତନ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଖାଲି ସେତିକି ନୁହେଁ, ଧୋନୀ-ଟ୍ରମ୍ଫ ଏକାଠି ହେଇ ଗଲ୍ଫ ଖେଳୁଥିବାର ଭିଡିଓ ମଧ୍ୟ ସେ ସେୟାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ନିକଟରେ ଆମେରିକାର ଓପନ ଟେନିସ ଟୁର୍ନାମେଣ୍ଟରେ କାର୍ଲୋସ ଅଲକାରାଜର ମ୍ୟାଚ ଦେଖିବା ପାଇଁ ପହଞ୍ଚିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+