ଆଗାମୀ ଆଇପିଏଲ ଖେଳିବେ ନା ନାହିଁ ଧୋନି ? କହିଲେ ଏମିତି...
Ms Dhoni on IPL Retirement: ଇଣ୍ଡିଆନ ପ୍ରିମିୟର ଲିଗ୍ 2023 ର ଫାଇନାଲ ମ୍ୟାଚରେ DLS ମେଥର୍ଡ଼ ଦ୍ୱାରା 5 ୱିକେଟରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରି ପଞ୍ଚମଥର ପାଇଁ ଚାମ୍ପିୟନ ବନିଛି ଏମଏସ୍ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ମ୍ୟାଚ ପରେ ଆଗମୀ ସିଜନ ଖେଳିବା ନେଇ ସଂକେତ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ।
ଆଇପିଏଲ ଚାମ୍ପିୟନ ହେବା ପରେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିବା ଧୋନି ଅବସର ନେବେ ନାହିଁ ବୋଲି କହିଛନ୍ତି । ସେ ଆଇପିଏଲର ଆସନ୍ତା ସିଜିନ ଖେଳିବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି। ଏହା ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଉପହାର ହେବ ବୋଲି ଧୋନି କହିଛନ୍ତି ।

ଗତକାଲି ମ୍ୟାଚ୍ ପରେ ଧୋନି କହିଥିଲେ ଯେ ସମସ୍ତେ ତାଙ୍କ ମୁହଁରୁ ଅବସର ନେଇ ଉତ୍ତର ଶୁଣିବାକୁ ଚାହୁଁଛନ୍ତି । ପରିସ୍ଥିତିକୁ ଦେଖିଲେ ଅବସର ଘୋଷଣା ପାଇଁ ଏହା ହେଉଛି ତାଙ୍କ ପାଇଁ ସବୁଠୁ ବଢ଼ିଆ ସମୟ । ଲୋକମାନେ ତାଙ୍କୁ ଯେଉଁ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ଧନ୍ୟବାଦ କହିବା ବହୁତ ସହଜ । କିନ୍ତୁ ୯ ମାସ ପୁଣି ପରିଶ୍ରମ କରି ଟିମ୍କୁ ଫେରିବା ଓ ଅତିକମ୍ରେ ଆଇପିଏଲର ଆଉ ଏକ ସିଜିନ ଖେଳିବା ତାଙ୍କ ପାଇଁ ବହୁତ କଷ୍ଟକର । ତଥାପି ସେ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏହା କରିବାକୁ ପ୍ରସ୍ତୁତ । ଏହା ସେମାନଙ୍କ ପାଇଁ ତାଙ୍କ ତରଫରୁ ଏକ ଉପହାର ହେବ। ସେ ସତରେ ଏଭଳି କରିବାକୁ ଚାହୁଁଛନ୍ତି । କିନ୍ତୁ ଏହା ତାଙ୍କ ଶରୀରର ଫିଟନେସ ଉପରେ ନିର୍ଭର କରେ । ଏହା ଉପରେ ନିଷ୍ପତ୍ତି ନେବା ପାଇଁ ୬/୭ ମାସ ଲାଗିଯିବ ।
The interaction you were waiting for 😉
MS Dhoni has got everyone delighted with his response 😃 #TATAIPL | #Final | #CSKvGT | @msdhoni pic.twitter.com/vEX5I88PGK
— IndianPremierLeague (@IPL) May 29, 2023
ଗତକାଲି ଚେନ୍ନାଇ ସୁପରକିଙ୍ଗସ ପଞ୍ଚମ ଥର ପାଇଁ ଆଇପିଏଲରେ ଚାମ୍ପିୟନ ହୋଇଛି। ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍ରେ ଡିଏଲଏସ୍ ମେଥଡରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ୍ରେ ପରାସ୍ତ କରିଥିଲା ଦଳ । ଧୋନି ଗତକାଲି ତାଙ୍କ ଆଇପିଏଲ କ୍ୟାରିୟରର ୨୫୦ ତମ ମ୍ୟାଚ୍ ଖେଳିଥିଲେ। ଆଇପିଏଲରେ ୨୫୦ଟି ମ୍ୟାଚ୍ ଖେଳିବାରେ ସେ ହେଉଛନ୍ତି ଏକମାତ୍ର ଖେଳାଳି । ତା'ମଧ୍ୟରୁ ୨୨୬ଟି ମ୍ୟାଚ୍ରେ ସେ ନେତୃତ୍ୱ ନେଇଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications