ଧୋନିଙ୍କ ନୂଆ ଲୁକ୍: ଲମ୍ବା କେଶ ସହ ଶେଷ ହେବ କି ଥାଲାଙ୍କ କ୍ରିକେଟ୍ କ୍ୟାରିୟର ?
MS Dhoni New Look: ଧୋନିଙ୍କ ନୂଆ ଲୁକ୍ । ଷ୍ଟାଇଲିସ୍ ଲୁକରେ ନଜର ଆସିଲେ କ୍ୟାପେଟନ କୁଲ୍ । ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ହେୟାର ଷ୍ଟାଇଲ୍ ।
ତେବେ ଚାରିଆଡେ ବିଶ୍ୱକପର କ୍ରେଜ୍ ଥିବା ବେଳେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଲୁକ୍ ନେଇ ଚର୍ଚ୍ଚା ଜୋର ଧରିଛି । ଧୋନି ନୂଆ ହେୟାର ଷ୍ଟାଇଲ୍ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଏକ ବ୍ଲାକ ସନ୍ଗ୍ଲାସ ପିନ୍ଧି ଥିବା ବେଳେ ଏକ କଳା ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି । ଯାହାକି ଧୋନିଙ୍କୁ କ୍ୟାମେରା ଆଗରେ ଖୁବ୍ ହ୍ୟାଣ୍ଡସମ୍ କରୁଛି ।

ତେବେ ଧୋନିଙ୍କ ଏହା ନୂଆ ଷ୍ଟାଇଲ କି କୌଣସି ବିଜ୍ଞାପନ ପାଇଁ ଏପରି ବେଶଭୂସା ତାହା ଏବେବି ଅସ୍ପଷ୍ଟ ରହିଛି । କିନ୍ତୁ ସୋସିଆଲ ମିଡିଆରେ ଧୋନିଙ୍କର ଏହି ଲୁକ୍ଟି ଖୁବ୍ ଭାଇରାଲ ହେବାର ଲାଗିଛି ।
ତେବେ ଚର୍ଚ୍ଚା ହେଉଛି ଯେ, କ୍ୟାରିଅର ଶେଷ ଆଡ଼କୁ ଧୋନି ନିଜର ଲମ୍ବା ହେୟାର ଷ୍ଟାଇଲ ରଖିବାକୁ ସ୍ଥିର କରିଛନ୍ତି । ଏହି ଲମ୍ବା କେଶ ସହ ସେ ନିଜର କ୍ରିକେଟ୍ କ୍ୟାରିୟର ଶେଷ କରିବାକୁ ସ୍ଥିର କରିଥିବା ଚର୍ଚ୍ଚା ହେଉଛି ।












Click it and Unblock the Notifications