ଚଳିତ ଆଇପିଏଲ ଫାଇନାଲ ଖେଳି ପାରିବେନି ଧୋନି, କରିଛନ୍ତି ଏହି ସାଙ୍ଘାତିକ୍ ଭୁଲ !
MS Dhoni on IPL 2023 Final: ଆସନ୍ତା ମେ ୨୮ରେ ଖେଳାଯିବ ଆଇପିଏଲ ୨୦୨୩ର ଅନ୍ତିମ ତଥା ଫାଇନାଲ୍ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ ।
ଗତ ମଙ୍ଗଳବାର ଚେପକ୍ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଆଇପିଏଲ କ୍ବାଲିଫାୟର-୧ରେ ଚେନ୍ନଇ ସୁପର କିଙ୍ଗ୍ସ ୧୫ ରନରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି । ତେବେ ଏହି ମ୍ୟାଚରେ ଧୋନି ଏମିତି ଏକ ସାଙ୍ଘାତିକ୍ ଭୁଲ କରିଛନ୍ତି ଯେ, ତାଙ୍କୁ ଫାଇନାଲ ମ୍ୟାଚ ଖେଳିବାକୁ ବ୍ୟାନ୍ କରାଯାଇ ପାରେ ବୋଲି ଚର୍ଚ୍ଚା ହେଉଛି ।

କି ସାଙ୍ଘାତିକ୍ ଭୁଲ କରିଛନ୍ତି ଧୋନି ? ବାସ୍ତବରେ ମ୍ୟାଚର ୧୫ତମ ଓଭର ପରେ ହଠାତ୍ ଧୋନି ଅମ୍ପାୟରଙ୍କ ସହ କିଛି କଥାବାର୍ତ୍ତା କରିଥିଲେ ଏବଂ ଏହା ପରେ ଧିରେ ଧିରେ ଅନ୍ୟ ଖେଳାଳିମାନେ ବି ତାଙ୍କ ନିକଟକୁ ଯାଇ ଏକାଠି ହୋଇଥିଲେ । ଏଭଳି ସ୍ଥିତି ପ୍ରାୟ ୫ ମିନିଟ୍ ଯାଏ ଚାଲିଥିଲା। ଫଳରେ ମ୍ୟାଚ୍ ବି ୫ ମିନିଟ୍ ଯାଏ ବନ୍ଦ ରହିଥିଲା ।
ପ୍ରକୃତ ଘଟଣା ହେଉଛି, ଦ୍ବିତୀୟ ପାଳିର ୧୨ତମ ଓଭରରେ ବୋଲିଂ କରିବା ପରେ ପଡ଼ିଆ ବାହାରକୁ ଚାଲିଯାଇଥିଲେ ଦ୍ରୁତ ବୋଲର ମହେଶ ପଥିରଣା । ପଡ଼ିଆ ବାହାରେ ପ୍ରାୟ ୯ ମିନିଟରୁ ଅଧିକ ସମୟ ଧରି ରହିଥିଲେ ଏହି ସିଂହଳି ବୋଲର । ମାତ୍ର ହଠାତ୍ ୧୬ତମ ଓଭରରେ ତାଙ୍କୁ ବୋଲିଂ ଦେବାକୁ ପଡ଼ିଆକୁ ଆଣିଥିଲେ ଧୋନି । ହେଲେ ପଡ଼ିଆ ଅମ୍ପାୟାର ଏହାକୁ ବିରୋଧ କରିଥିଲେ । ପଡ଼ିଆ ମଧ୍ୟରେ ବହୁ ସମୟ ନଥିବାରୁ ତାଙ୍କୁ ବୋଲିଂ ଅନୁମତି ଦେଇ ନଥିଲେ ।
କିନ୍ତୁ ଚତୁର ଧୋନି ଅମ୍ପାୟାରଙ୍କ ସହ ଲମ୍ବା ସମୟ ଧରି ଆଲୋଚନା କରିବା ସହ ବୁଝାଇବାକୁ ଚେଷ୍ଟା କରିଥିଲେ । ଏଥିପାଇଁ ପ୍ରାୟ ୫ ମିନିଟ୍ ମ୍ୟାଚ୍ ବନ୍ଦ ରହିଥିଲା । ଅମ୍ପାୟରଙ୍କୁ ବୁଝାଇବାରେ ମଧ୍ୟ ଧୋନି ସଫଳ ହୋଇଥିଲେ ଏବଂ ଆବଶ୍ୟକୀୟ ସମୟ ଅତିବାହିତ ହୋଇ ଯାଇଥିଲା । ଯାହାଫଳରେ ପଥିରଣାଙ୍କୁ ୧୬, ୧୮ ଓ ୨୦ତମ ଓଭର ବୋଲିଂ କରିଥିଲେ ।
ତେବେ ଏହି ଘଟଣାରେ ଧୋନିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କିନ୍ତୁ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଚଳିତ ସିଜନରେ ଧୀମା ଓଭର ହାର ପାଇଁ ଥରେ ଜୋରିମାନା ହେବା ଭଳି ଫାଇନାଲ ଖେଳିବାରୁ ବଞ୍ଚିତ କରାଯିବ ।












Click it and Unblock the Notifications