ସରିଲା ଧୋନିଙ୍କ ଆଣ୍ଠୁ ସର୍ଜରୀ: ଜାଣନ୍ତୁ, କେମିତି ଅଛନ୍ତି ମାହି ?
ମୁମ୍ବାଇ: ଚେନ୍ନାଇ ସୁପର୍ କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଣ୍ଠୁ ସର୍ଜରୀ ଶେଷ ହୋଇଛି । ମୁମ୍ବାଇର କୋକିଲା ବେହେନ ହସ୍ପିଟାଲରେ ତାଙ୍କ ଆଣ୍ଠୁ ସର୍ଜରୀ କରାଯାଇଛି । ଡଃ. ଦିନେଶ ପାରଦୀବାଲା ସକାଳ ୮ଟାରେ ଧୋନୀଙ୍କ ସର୍ଜରୀ କରିଛନ୍ତି ।
ଉଲ୍ଲେଖଥାଉ କି, ଆଇପିଏଲ ସମୟରେ ଧୋନି ଆହତ ଥାଇ ବି ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ଏବଂ ଦଳକୁ ଚାମ୍ପିୟନ କରାଇଥିଲେ । ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚର ଶେଷ ଓଭରରେ ଦୀପକ ଚାହରଙ୍କ ବୋଲକୁ ଅଟାକାଇବା ପାଇଁ ଧୋନି ଡାଇଭ ମାରୁଥିବା ସମୟରେ ଆହତ ହୋଇଥିଲେ ।

ତେବେ ଧୋନୀଙ୍କ ଆଣ୍ଠୁ ସର୍ଜରୀ ନେଇ ଅଧିକାରୀକ ଭାବେ କୌଣସି ସୂଚନା ଦିଆଯାଇ ନାହିଁ । ଡାକ୍ତର ପାରଦୀବାଲା ପୂର୍ବରୁ ଋଷଭ ପନ୍ତଙ୍କ ସର୍ଜରୀ ମଧ୍ୟ କରିଥିଲେ । କେବଳ ଧୋନି କି ପନ୍ତ ନୁହନ୍ତି, ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସର୍ଜରୀ ମଧ୍ୟ ଡାକ୍ତର ଦୀନ୍ଶ ପାରଦୀବାଲା କରିଥିଲେ ।
ସୂଚନାଥାଉ କି, ୨୦୨୩ ଆଇପିଏଲ ସିଜିନରେ ଧୋନି ମୋଟ ୧୬ଟି ମ୍ୟାଚ୍ ଖେଳିଥିବା ବେଳେ ୨୬.୦୦ ହାରରେ ୧୮୨.୪୬ ଷ୍ଟ୍ରାଇକ୍ ରେଟ୍ ସହ ୧୦୪ ରନ୍ କରିଥିଲେ । ଯେଉଁଥିରେ ୧୦ଟି ଛକା ଓ ୭ଟି ଚୌକା ସାମିଲ ଥିଲା ।












Click it and Unblock the Notifications