ଆଇପିଏଲରୁ ସନ୍ୟାସ ନେଇ ଧୋନିଙ୍କ ବଡ ଖୁଲାସ; ଜାଣନ୍ତୁ, କେବେ-କେଉଁଠି ଧୋନି ଖେଳିବେ ନିଜର ଶେଷ ମ୍ୟାଚ ?
ଧୋନି ପ୍ରଶଂସକଙ୍କ ସହ ଏକ ଭର୍ଚୁଆଲ୍ ମିଟିଂରେ ତାଙ୍କର ଶେଷ ଆଇପିଏଲ୍ ମ୍ୟାଚ୍ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଇପିଏଲ୍ 2022 ରେ ସେ CSK ପାଇଁ ମଧ୍ୟ ଖେଳିବେ।
ନୂଆଦିଲ୍ଲୀ: ଅଗଷ୍ଟ 2020 ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବା ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅନେକ ପ୍ରଶଂସକ ଏହି ଭେଟେରାନ୍ ଖେଳାଳିଙ୍କୁ ବିଦାୟ କାଳୀନ ମ୍ୟାଚରେ ଦେଖିବାର ସୁଯୋଗ ପାଇ ନାହାଁନ୍ତି । ଯଦିଓ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅବସର ନେବା ପାରେ ଇଣ୍ଡିଆନ୍ ପ୍ରିମିୟର ଲିଗରୁ ଅବସର କଥା ଚର୍ଚ୍ଚା ହେଉଥିଲା । ଆଇପିଏଲ୍ 2020 ରେ, ଯେତେବେଳେ ଏମ୍ଏସ୍ ଧୋନି ପ୍ରତ୍ୟେକ ମ୍ୟାଚ୍ ପରେ ବିପକ୍ଷ ଦଳର ସମସ୍ତ ଖେଳାଳିଙ୍କୁ ତାଙ୍କ ନାମର ଟି-ସାର୍ଟ ଦେଉଥିଲେ, ସେତେବେଳେ ସମସ୍ତେ ଭାବିଥିଲେ ଏହା ହୁଏତ ତାଙ୍କର ଶେଷ ସିଜନ୍ ହୋଇପାରେ ।

ତେବେ ଯେତେବେଳେ ତାଙ୍କୁ ଡେନିସ୍ ମୋରିସ୍ ପ୍ରଶ୍ନ କରିଥିଲେ ଯେ, ଧୋନି କଣ ଏହା ଆପଣଙ୍କ ଶେଷ ଆଇପିଏଲ ? ଉତ୍ତରରେ ଧୋନି କହିଥିଲେ, ବିଲକୁଲ ନୁହେଁ । ଯାହା ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଥିଲା । ଏହା ସହିତ ପ୍ରଶଂସକମାନେ ନିଶ୍ଚିତ ହୋଇଥିଲେ ଯେ ଆଇପିଏଲ୍ 2021 ରେ ମଧ୍ୟ ମହେନ୍ଦ୍ର ସିଂ ଧୋନିଙ୍କ ହେଲିକାପ୍ଟର ଟେକ୍ ଅଫ୍ କରିବ । ମାତ୍ର ଏବେ ଧୋନି ସ୍ପଷ୍ଟ କରିଛନ୍ତି ଯେ, ସେ କେବେ ଆଇପିଏଲରୁ ଅବସର ନେବାକୁ ଯାଉଛନ୍ତି ।
ଆଇପିଏଲରୁ କେବେ ଅବସର ନେବେ ଧୋନି ?
ଧୋନି ପ୍ରଶଂସକଙ୍କ ସହ ଏକ ଭର୍ଚୁଆଲ୍ ମିଟିଂରେ ତାଙ୍କର ଶେଷ ଆଇପିଏଲ୍ ମ୍ୟାଚ୍ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଇପିଏଲ୍ 2022 ରେ ସେ CSK ପାଇଁ ମଧ୍ୟ ଖେଳିବେ। ପ୍ରଶଂସକଙ୍କ ସହ ଏକ ଭର୍ଚୁଆଲ୍ ମିଟିଂରେ ଧୋନି କହିଛନ୍ତି ଯେ, ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ତାଙ୍କର ବିଦାୟ ମ୍ୟାଚ୍ ଖେଳାଯିବାକୁ ସେ ଆଶା କରୁଛନ୍ତି। ୟୁଏଇରେ ଚଳିତ ଆଇପିଏଲ ଋତୁ ଖେଳାଯାଉଛି । ଯେଉଁଥିପାଇଁ ଧୋନିଙ୍କ ବିବୃତ୍ତିରୁ ଜଣାପଡିଛି ଯେ ସେ ଆସନ୍ତା ସିଜନରେ ମଧ୍ୟ ପଡ଼ିଆରେ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବେ।

ଇଣ୍ଡିଆ ସିମେଣ୍ଟସ୍ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ ବାର୍ତ୍ତାଳାପରେ ଏମ୍ଏସ୍ ଧୋନି ତାଙ୍କର କିଛି ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିବାବେଳେ କହିଥିଲେ, 'ଆପଣମାନେ ମୋତେ ବିଦାୟ ଦେବାର ସୁଯୋଗ ପାଇବେ, ଆଶା କରୁଛି ଆପଣମାନେ ଚେନ୍ନାଇରେ ମୋତେ ବିଦାୟ ଦେବାକୁ ଆସିବେ । ଯେଉଁଠାରେ ମୁଁ ଖେଳିବି ଶେଷ ମ୍ୟାଚ୍ ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ଭେଟିବାକୁ ସମର୍ଥ ହେବି ।












Click it and Unblock the Notifications