କୁନି ଫ୍ୟାନଙ୍କୁ ମାହିଙ୍କ ଗିଫ୍ଟ: ପଡ଼ିଆ ବାହାରେ ଏମିତି କାମ କଲେ ଧୋନୀ, ସବୁଠି ବାଃ ବାଃ
କୁନି ଫ୍ୟାନଙ୍କୁ ମାହିଙ୍କ ଗିଫ୍ଟ । ପାଭିଲିୟନ ଛାଡିବା ସମୟରେ ଧୋନୀ ଷ୍ଟାଣ୍ଡରେ ବସିଥିବା ଏକ କୁନି ପ୍ରଶଂସକଙ୍କୁ ସିଡ଼ିରେ ବଲ ଦେଇଥିଲେ । ଧୋନୀଙ୍କ ଏହି ଶୈଳୀକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।
ସଫଳତାର ଶୀର୍ଷରେ ଥିଲେ ମାହିଙ୍କୁ ଅହଙ୍କାର ତାଙ୍କୁ ଛୁଇଁ ପାରିନି । ତାଙ୍କର ଏହି ଖାସ୍ ଅନ୍ଦାଜ୍ ପାଇଁ ଲୋକଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ମାହିଙ୍କୁ ଭେଟିବା ପାଇଁ ଫ୍ୟାନ୍ସ ଅତି ଉତ୍ସୁକତାର ସହ ଅପେକ୍ଷା କରିଥାଆନ୍ତି । ଆଉ ସେ ବି କୌଣସି ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ ।
ଶେଷ ଚାରି ବଲରେ ରୋମାଞ୍ଚ ଭରିଥିଲେ ମାହି । ତିନୋଟି ଛକା ଓ ୨ ରନ୍ ବଳରେ ୨୦ ରନର ଭାଗିଦାରୀ ଯୋଡ଼ିଥିଲେ ଧୋନୀ। ତେବେ ଇନିଂସ ଶେଷରେ ପାଭେଲିୟନ୍କୁ ଫେରିବା ବେଳେ ଜଣେ କୁନି ଫ୍ୟାନ୍ଙ୍କୁ ଭେଟିଥିଲେ ମହେନ୍ଦ୍ର ସିଂ ଧୋନି ।

ସେହି କୁନି ଫ୍ୟାନଙ୍କ ସହ କେବଳ ଯେ ହାତ ମିଶାଇଥିଲେ ତାହା ନୁହେଁ ବରଂ ତାଙ୍କ ମ୍ୟାଚ୍ ବଲ୍ ଗିଫ୍ଟ ମଧ୍ୟ କରିଥିଲେ ଧୋନି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି।
ଗତକାଲି ୱାଙ୍ଖେଡ଼େରେ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି । ମହେନ୍ଦ୍ର ସିଂହ ଧୋନିଙ୍କ ୨୦ ରନ୍ ଆଗରେ ରୋହିତ ଶର୍ମାଙ୍କ ଶତକୀୟ ପାଳି ଫିକା ପଡିଯାଇଛି। ୨୦୬ ରନର ଟାର୍ଗେଟକୁ ପିଛା କରି ୧୮୬ ରନରେ ଅଟକି ଯାଇଛି ମୁମ୍ବାଇ।












Click it and Unblock the Notifications