ଧୋନିଙ୍କୁ ପସନ୍ଦ ଷ୍ଟ୍ରବେରୀ, ଜାଣନ୍ତୁ ଷ୍ଟ୍ରବେରୀ ଦେଖିଲେ କଣ କରନ୍ତି ଧୋନି

ଏହି ଭିଡିଓଟିକୁ ନିଜେ ଧୋନି ଜିନର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜ ଫାର୍ମହାଉସରେ ଲାଗିଥିବା ଷ୍ଟ୍ରବେରୀ କିଆରିରୁ ଏକ ଷ୍ଟ୍ରବେରୀ ଆଣି ଖାଉଛନ୍ତି ।

ରାଞ୍ଚି: କ୍ରିକେଟ ପରେ ଚାଷ । କ୍ରିକେଟ ପଡିଆରୁ ଫର୍ମ ହାଉସ । ଏମିତି କିଛି ଧାଡି ଏବେ ଲେଖା ହେଉଛି ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ । ରାଞ୍ଚି ସ୍ଥିତ ନିଜ ଫାର୍ମରେ ଜୈବିକ ଚାଷ କାର୍ଯ୍ୟରେ ବ୍ୟସ୍ତ ଏବେ ମାହି । ଧୋନିଙ୍କ ଫାର୍ମରେ ଫଳୁଥିବା ପରିବା ଓ ଫଳର ଚାହିଦା ମାର୍କେଟରେ ଖୁବ ରହିଛି । ଏମିତି କି ବିଦେଶୀ ମାର୍କେଟରେ ଧୋନିଙ୍କ ପରିବା ଓ ଫଳ ବିକ୍ରି ହେବା ପାଇଁ ଯାଉଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।

ms dhoni

ତେବେ ଆଜି ଏକ ଭିଡିଓ ଧୋନିଙ୍କ ଫାର୍ମ ହାଉସରୁ ଆସିଛି । ଯାହା ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓଟିକୁ ନିଜେ ଧୋନି ନିଜରର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜ ଫାର୍ମହାଉସରେ ଲାଗିଥିବା ଷ୍ଟ୍ରବେରୀ କିଆରିରୁ ଏକ ଷ୍ଟ୍ରବେରୀ ଆଣି ଖାଉଛନ୍ତି । ତେବେ ଭିଡିଓର କ୍ୟାପସନରେ ଧୋନି ଏମିତି କିଛି ମଜାଦାର କଥା ଲେଖିଛନ୍ତି । ସେ ଲେଖିଛନ୍ତି...

ଯଦି ମୁଁ ଫାର୍ମରେ ଏମିତି ବୁଲିବି, ତେବେ ମାର୍କେଟ ପାଇଁ ଆଉ ଗୋଟିଏ ବି ଷ୍ଟ୍ରବେରୀ ବଞ୍ଚିବ ନାହିଁ ।

ଗତବର୍ଷ ଅଗଷ୍ଟ 15 ତାରିଖରେ ଅନ୍ତର୍ଜୀତାୟ କ୍ରିକେଟରୁ ଅବସର ଘୋଷଣା ଓ ଆଇପିଏଲ-୨୦୨୦ ଖେଳି ସାରିବା ପରେ ଧୋନୀ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+