MS Dhoni: ଧୋନିଙ୍କ ଶ୍ରେଷ୍ଠ ୩ ଗୁଣ, ଶିଖିଲେ ବଦଳି ଯିବ ଆପଣଙ୍କ ଜୀବନ
MS Dhoni Birthday Special: ଜୁଲାଇ ୭, ୨୦୨୫ରେ ଭାରତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ୪୪ ବର୍ଷ ପୁରିଛି । ୨୦୨୦ ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନି ଏବେ ବି ଆଇପିଏଲରେ ଖେଳୁଛନ୍ତି । ତେବେ ତାଙ୍କୁ ଅନେକ ଆଦର୍ଶ ବୋଲି ମନେ କରନ୍ତି । ଜାଣନ୍ତୁ, ଧୋନିଙ୍କର କେଉଁ ଗୁଣ ଆପଣଙ୍କ ଜୀବନ ପରିବର୍ତ୍ତନ କରାଇ ଦେବ ।
ଶାନ୍ତ ରହିବା:
ଧୋନି ପଡ଼ିଆରେ ବହୁତ ଶାନ୍ତ ଦେଖାଯାଆନ୍ତି । ସେ ନିଜର କ୍ରୋଧ ହରାନ୍ତି ନାହିଁ । କଠିନ ପରିସ୍ଥିତିରେ ମଧ୍ୟ ସେ ଶାନ୍ତ ଭାବରେ ଭାବନ୍ତି । ଧୋନିଙ୍କଠାରୁ ଏହା ଶିଖିବା ପ୍ରଥମ କଥା

ଟିମ୍ ସ୍ପିରିଟ୍:
ଧୋନି ଖେଳାଳିମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବାରେ କେବେ ଅବହେଳା କରନ୍ତି ନାହିଁ । ସେ ପ୍ରଥମେ ଦଳକୁ ପ୍ରାଧାନ୍ୟ ଦିଅନ୍ତି ପରେ ବ୍ୟକ୍ତିଗତ ପ୍ରଦର୍ଶନକୁ । ଯେତେବେଳେ ବୋଲରମାନଙ୍କ କଥା ଆସେ ସେତେବେଳେ ଧୋନିଙ୍କ ଚିନ୍ତାଧାରା ଆଶ୍ଚର୍ଯ୍ୟଜନକ । ବୋଲରଙ୍କ ପିଠିକୁ ଥାପୁଡେଇ କୁହନ୍ତି, ତୁମେ ବୋଲିଂ କର ... ମୁଁ ତୁମ ପଛରେ ଅଛି । ସେ ପୂର୍ବରୁ ମଧ୍ୟ ଏପରି କରିସାରିଛନ୍ତି । ଯାହା ଆପଣ ଯୋଗିନ୍ଦର ଶର୍ମାଙ୍କ ବୋଲିଂ ସମୟରେ ଦେଖିବାକୁ ପାଇବେ । ଯୋଗୀନ୍ଦର ଶର୍ମା 2007 ଟି -20 ବିଶ୍ୱକପ ଫାଇନାଲରେ ଶେଷ ଓଭର ବୋଲିଂ କରିଥିଲେ ଏବଂ ଧୋନିଙ୍କ ତାଙ୍କ ପ୍ରତି ବିଶ୍ୱାସ ହିଁ ଟିମ୍ ଇଣ୍ଡିଆର ବିଜୟର କାରଣ ଥିଲା।
ପ୍ରତିପକ୍ଷର ପଦକ୍ଷେପ ଉପରେ ତୀକ୍ଷ୍ମ ନଜର:
ପ୍ରତିପକ୍ଷଙ୍କ ପରବର୍ ପଦକ୍ଷପ କଣ ହୋଇଥାଏ । ଧୋନି ଏହାକୁ ଆଗରୁ ଆକଳନ କରି ସାରିଥାନ୍ତି । ସେଥିପାଇଁ ସେ ଷ୍ଟ୍ରାଇକ୍ ଶେଷରେ ଖେଳୁଥିବା ବ୍ୟାଟ୍ସମ୍ୟାନଙ୍କ ଉପରେ ଆଧାର କରି ଫିଲ୍ଡ ସ୍ଥିର କରନ୍ତି । ଧୋନି ଜଣେ ଯାଦୁକର ଯିଏ ପଡି଼ଆରେ ଠିଆ ହୋଇଥିବା ଫିଲ୍ଡରମାନଙ୍କୁ ହଠାତ୍ ବ୍ୟାଟ୍ସମ୍ୟାନଙ୍କ ସହ ଫିଟ୍ କରିପାରନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications