'ସେଦିନ ରାତିରେ ଖୁବ୍ କାନ୍ଦିଥିଲେ ଏମଏସ ଧୋନି', ହରଭଜନ ସିଂ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା
Harbhajan Singh on Ms Dhoni: ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଏପର୍ଯ୍ୟନ୍ତ ଚାରିଥର ଟାଇଟଲ ଜିତିଛି । ଚେନ୍ନାଇ ଦଳ ସହିତ ଧୋନିଙ୍କ ସଂଯୋଗ ଅତ୍ୟନ୍ତ ସ୍ୱତନ୍ତ୍ର । ଧୋନିଙ୍କ ସହ ଅନେକ ଭାରତୀୟ ଖେଳାଳି ଚେନ୍ନାଇ ପାଇଁ ଖେଳିବାର ସୁଯୋଗ ପାଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂ ।
ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅଂଶ ହୋଇଥିଲେ । 2018 ମସିହାରେ ଚେନ୍ନାଇ ଦଳ ଦୁଇ ବର୍ଷର ପ୍ରତିବନ୍ଧକ ପରେ ଆଇପିଏଲକୁ ଫେରିଥିଲେ । 2016 ଏବଂ 2017 ବର୍ଷରେ, ଚେନ୍ନାଇ ଦଳ ଆଇପିଏଲ୍ ଖେଳିପାରି ନଥିଲା । ଏମଏସ ଧୋନି ସେହି ଦୁଇଟି ଋତୁରେ ରାଇଜିଂ ପୁଣେ ସୁପରଜିଆଣ୍ଟ ଦଳ ପାଇଁ ଖେଳିଥିଲେ ।

ଷ୍ଟାର ସ୍ପୋର୍ଟସ୍ ହିନ୍ଦୀ କମେଣ୍ଟାରୀ ଷ୍ଟୁଡିଓରେ କଥା ହେଉଥିବା ବେଳେ ହରଭଜନ ସିଂ କହିଥିଲେ ଯେ, ମୁଁ ଧୋନିଙ୍କ ବିଷୟରେ ଗୋଟିଏ କଥା କହିବାକୁ ଚାହେଁ । 2018 ମସିହାରେ, ଯେତେବେଳେ CSK ଦୁଇ ବର୍ଷର ନିଷେଧାଦେଶ ପରେ ଆଇପିଏଲକୁ ଫେରିଥିଲା, ସେତେବେଳେ ଦଳର ରାତ୍ରୀ ଭୋଜନ ହୋଇଥିଲା । ମୁଁ ଶୁଣିଛି ଯେ 'ପୁରୁଷମାନେ କାନ୍ଦନ୍ତି ନାହିଁ', କିନ୍ତୁ ଏମଏସ ଧୋନି ସେହି ରାତିରେ କାନ୍ଦିଥିଲେ। ସେ ଏତେ ଭାବପ୍ରବଣ ହୋଇଯାଇଥିଲେ ଯେ, ତାଙ୍କ ଆଖିରୁ ଲୁହ ବନ୍ଦ ହେଉନଥିଲା ।
ହରଭଜନ ସିଂଙ୍କ ପ୍ରସଙ୍ଗରେ ତାହିର କହିଛନ୍ତି ହଁ, ଅବଶ୍ୟ, ସେତେବେଳେ ସେଠାରେ ଉପସ୍ଥିତ ଥିଲେ ଏବଂ ଧୋନିଙ୍କ ପାଇଁ ଏହା ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା । ଭଜି ଏବଂ ଇମ୍ରାନ ତାହିର ଏକମତ ହୋଇ କହିଛନ୍ତି ଯେ, ଧୋନିଙ୍କ ପାଇଁ ଚେନ୍ନାଇ ଦଳ ଅତ୍ୟନ୍ତ ସ୍ୱତନ୍ତ୍ର । ସେ କହିଥିଲେ ଯେ ଆମେ 2 ବର୍ଷ ପରେ ଫେରି ଟ୍ରଫି ଜିତିଛୁ । ଆମ ଦଳକୁ ପୁରାତନ ଟ୍ୟାଗ୍ ଦିଆଯାଇଥିଲା ଏବଂ ମୁଁ ସେହି ଋତୁରେ ଦଳରେ ଥିଲି, କିନ୍ତୁ ଆମେ ଟାଇଟଲ୍ ଜିତିଥିଲୁ ଷ ମୁଁ ସେହି ବିଜୟ ପାଇଁ ବହୁତ ଗର୍ବିତ । ଚେନ୍ନାଇ ପାଖରେ ପଞ୍ଚମ ଥର ପାଇଁ ଟ୍ରଫି ଜିତିବାର ଏକ ସୁଯୋଗ ରହିଛି ।
ମହେନ୍ଦ୍ର ସିଂ ଧୋନି ତାଙ୍କ ଅଧିନାୟକତ୍ୱରେ ପଞ୍ଚମ ଥର ପାଇଁ ଦଳକୁ ଆଇପିଏଲ୍ ଚାମ୍ପିଅନ୍ କରିବାକୁ ଚେଷ୍ଟା କରିବେ । ଧୋନିଙ୍କ ଅଧିନାୟକତ୍ୱରେ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି । ଗତକାଲି ଗୁଜୁରାଟ ବିପକ୍ଷ ପ୍ରଥମ ଯୋଗ୍ୟତା ମ୍ୟାଚରେ ଚେନ୍ନାଇ ବିଜୟ ହୋଇ ଫାଇନାଲରେ ପ୍ରେବଶ କରିସାରିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications