Happy Birthday MS Dhoni: ଇଂଲଣ୍ଡରେ ପରିବାର ଓ ବନ୍ଧୁଙ୍କ ସହ ଜନ୍ମଦିନ ପାଳିଲେ ଧୋନି
ଆଜି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମଦିନ। ୪୧ ବର୍ଷରେ ପାଦ ଦେଇଛନ୍ତି କ୍ୟାପଟେନ କୁଲ। ଏଥର ଇଂଲଣ୍ଡରେ ନିଜ ଜନ୍ମଦିନ ପାଳନ କରୁଛନ୍ତି ମାହି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।
ଲଣ୍ଡନ: ଆଜି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମଦିନ। ୪୧ ବର୍ଷରେ ପାଦ ଦେଇଛନ୍ତି କ୍ୟାପଟେନ କୁଲ। ଏଥର ଇଂଲଣ୍ଡରେ ନିଜ ଜନ୍ମଦିନ ପାଳନ କରୁଛନ୍ତି ମାହି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓକୁ ତାଙ୍କ ପତ୍ନୀ ସାକ୍ଷୀ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।

ଏହି ଭିଡିଓରେ ଧୋନି ନିଜର ପରିବାର ଓ ବନ୍ଧୁମାନଙ୍କ ସହ ଜନ୍ମଦିନ ପାଳନ କରୁଥିବାର ନଜର ଆସିଛନ୍ତି । ଧୋନିଙ୍କ ଜନ୍ମ ଦିନ ପାର୍ଟିରେ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସମେତ ଟିମ୍ ଇଣ୍ଡିଆର ୱିକେଟ୍ କିପର୍ ରିଷଭ ପନ୍ତ ଓ ଅନେକ ବନ୍ଧୁ ସାମିଲ ଅଛନ୍ତି । ବର୍ମିଂହାମରେ ଇଂଲଣ୍ଡ ବିପକ୍ଷ ସିରିଜର ପଞ୍ଚମ ଟେଷ୍ଟ ଖେଳିବା ପରେ ରିଷଭ ଇଂଲଣ୍ଡରେ ହିଁ ଅଛନ୍ତି।
କ୍ୟାପଟେନ୍ କୁଲଙ୍କ ଜନ୍ମଦିନ ପାଳନ ପାଇଁ ଭିନ୍ନ ଭିନ୍ନ ପ୍ରକାରର କେକ୍ ଆଣି ଟେବୁଲ ଉପରେ ସଜା ଯାଇଥିଲା। ସାଧାରଣତଃ ରୂପେ ହିନ୍ଦୀ ଗୀତର ଜଣେ ବଡ ପ୍ରଶଂସକ ଥିବା ମାହି ଜନ୍ମଦିନ ଅବସରରେ କେକ୍ କାଟିବା ବେଳେ ବ୍ୟାକ୍ ଗ୍ରାଉଣ୍ଡରେ ଇଂଲିସ୍ ଗୀତ ଶୁଣିବାକୁ ଇଚ୍ଛା କରିଥିଲେ। ଏହାପରେ ଧୋନୀ କିଛି ଭୋଜପୁରୀ ଗୀତକୁ ମଧ୍ୟ ଶୁଣି ଉପଭୋଗ କରିଥିଲେ। ମାହିଙ୍କୁ ତାଙ୍କ ଜନ୍ମଦିନ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।
ଧୋନି ନିଜ ବିବାହ ଆନିର୍ଭସରୀ ପାଳନ କରିବା ପାଇଁ ନିଜ ପରିବାର ସହ ପ୍ରାୟ ଏକ ସପ୍ତାହ ପୂର୍ବରୁ ଇଂଲଣ୍ଡରେ ଅଛନ୍ତି। ଜୁଲାଇ ୪ ତାରିଖରେ ସେ ପତ୍ନୀ ସାକ୍ଷୀଙ୍କ ସହ ନିଜ ବିବାହ ବାର୍ଷିକୀ ପାଳନ କରିଛନ୍ତି।












Click it and Unblock the Notifications