୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି: ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ...
MS Dhoni Birthday: ଭାରତୀୟ କ୍ରିକେଟରେ ଅନେକ ମହାନ ଖେଳାଳି ରହିଛନ୍ତି । ବିଶ୍ୱ କ୍ରିକେଟରେ ମଧ୍ୟ ଅନେକ ମହାନ ଖେଳାଳିଙ୍କ ନାମ ଆସେ । ହେଲେ ସାରା ବିଶ୍ୱରେ, କ୍ରିକେଟରୁ ଫୁଟବଲ, ହକିଠୁ କବାଡ଼ି, ଯେଉଁ ଖେଳାଳିଙ୍କ ଦିୱାନା ସମସ୍ତ । ସେହି ଖେଳାଳି ଜଣଙ୍କ ହେଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି । ଆଜି ଧୋନିଙ୍କ ଜନ୍ମଜଦିନ । ୪୨ ବର୍ଷରେ ପାଦ ଥାପିଛନ୍ତି ଆଇସିସି ଟ୍ରପି କିଙ୍ଗ୍ ।
ତେବେ ସୋସିଆଲ ମିଡ଼ିଆ ଓ ମୋବାଇଲ ଫୋନଠାରୁ ବହୁ ଦୂରରେ ଥିବା ଧୋନି କିନ୍ତୁ ଜନ୍ମଦିନରେ ପାଇଥାନ୍ତି ଅଗଣିତ ଶୁଭେଚ୍ଛା । କେବଳ ଭାରତ ନୁହେଁ ସାରା ବିଶ୍ୱରୁ ଧୋନିଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି ଅନେକ ଲୋକ । ଯାହାକୁ ଆପଣ କଳ୍ପନା ବି କରି ପାରିବେନି ।

ତେବେ ମାହିଙ୍କ ଜନ୍ମଦିନରେ ବିସିସିଆଇ ଠାରୁ ଆରମ୍ଭ କରି ଆଇସିସି, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସୁରେଶ ରାଇନା, ମୟଙ୍କ ଅଗ୍ରଓ୍ଵାଲ, ବରୁଣ ଚକ୍ରବର୍ତ୍ତୀ, ଚେନ୍ନାଇ ସୁପରକିଙ୍ଗସ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଇଥିବା ଧୋନି ଆଜି ନିଜର ୪୨ତମ ଜନ୍ମଦିନ ମନାଉଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ସେସବୁ ସଫଳତା ହାସଲ କରିଛି, ଯାହା ଦୁନିଆର କୌଣସି ଅଧିନାୟକ ତାହା କରିପାରି ନାହାନ୍ତି । ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ୍, ୨୦୧୧ରେ ଦିନିକିଆ ବିଶ୍ୱକପ୍ ଓ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫିର ଟାଇଟଲ୍ ଜିତିଥିଲା । ୨୦୦୪ରେ ଝାଡ଼ଖଣ୍ଡର ଏହି ୱିକେଟକିପର ବ୍ୟାଟର ଭାରତ ପାଇଁ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ । ୨୦୦୭ରେ ତାଙ୍କୁ ପ୍ରଥମଥର ଭାରତୀୟ କ୍ରିକେଟ ଦଳର ଅଧିନାୟକ କରାଯାଇଥିଲା ।
Captain. Leader. Legend! 🙌
Wishing @msdhoni - former #TeamIndia Captain & one of the finest to have ever graced the game - a very happy birthday 🎂
Here's a birthday treat for all the fans - 7️⃣0️⃣ seconds of vintage MSD 🔥 🔽https://t.co/F6A5Hyp1Ak pic.twitter.com/Nz78S3SQYd
— BCCI (@BCCI) July 7, 2023
ତା'ପରେ ଧୋନି ଗୋଟିଏ ପରେ ଗୋଟିଏ ଇତିହାସ ରଚିଚାଲିଲେ । ଧୋନିଙ୍କ ନେତୃତ୍ୱରେ ଭାରତ ୬୦ ଟେଷ୍ଟରୁ ୨୭ଟି ଜିତିଛି । ସେହିପରି ୨୦୦ ଦିନିକିଆରେ ଧୋନି ୧୧୦ଟି ମ୍ୟାଚ୍ ଜିତିଥିବା ବେଳେ ୭୧ ଟି-୨୦ ମ୍ୟାଚରେ ୪୧ଟି ବିଜୟ ହାସଲ କରିଛନ୍ତି । କେବଳ ସେତିକି ନୁହେଁ, ଆଇପିଏଲରେ ମଧ୍ୟ ଧୋନି ସବୁଠାରୁ ସଫଳ ଅଧିନାୟକ ଭାବେ ୫ଟି ଟ୍ରଫି ଜିତି ରୋହିତ ଶର୍ମାଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି । ଯେତେ ବୟସ ବଢ଼ୁଛି, ଧୋନିଙ୍କ ପ୍ରତି ଫ୍ୟାନଙ୍କ ଭଲପାଇବା ସେତେ ବଢ଼ୁଛି । ୨୦୨୪ ଆଇପିଏଲରେ ମଧ୍ୟ ଧୋନି ପୁଣିଥରେ ଖେଳିପାରନ୍ତି ବୋଲି ଜଣାପଡ଼ିଛି ।
ଧୋନି ତାଙ୍କ କ୍ୟାରିୟରରେ ୯୦ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ ଏବଂ ୯୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଧୋନି ୯୦ଟି ଟେଷ୍ଟରେ ୪୮୭୬ ରନ୍, ୩୫୦ ଦିନିକିଆରେ ୧୦୭୭୩ ରନ୍, ଟି-୨୦ରେ ୧୬୧୭ ରନ୍ କରିଛନ୍ତି ।












Click it and Unblock the Notifications