ଧୋନି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ

ମହେନ୍ଦ୍ର ସିଂହ ଧୋନିଙ୍କୁ ଚଳିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମିଳିଛି ବଡ଼ ଦାୟିତ୍ୱ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଧୋନିଙ୍କୁ ଏହି ନିର୍ବାଚନ ପାଇଁ ରାଜ୍ୟର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରାଯାଇଛି। ମତଦାନ ପାଇଁ ଲୋକଙ୍କୁ ସଚେତନ କରାଇବା ନେଇ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକ୍ରମର ଅଂଶ ହେବେ ମାହି।

ଝାଡ଼ଖଣ୍ଡର ମୁଖ୍ୟ ନିର୍ବାଚନ ଅଧିକାରୀ କେ.ରବି କୁମାର ଏନେଇ ସୂଚନା ଦେଇ କହିଛନ୍ତି, ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସଚେତନତା ଅଭିଯାନର ଅଂଶ ହେବେ। ନିର୍ବାଚନ ଆୟୋଗଙ୍କ ଭୋଟର ସଚେତନତା କାର୍ଯ୍ୟକ୍ରମରେ ଧୋନିଙ୍କ ଫଟୋ ମଧ୍ୟ ବ୍ୟବହାର କରାଯିବ। ଅଧିକରୁ ଅଧିକ ସଂଖ୍ୟାରେ ଭୋଟରଙ୍କୁ ମତଦାନ ସାବ୍ୟସ୍ତ କରିବାକୁ ଉତ୍ସାହିତ କରିବା ପାଇଁ ତାଙ୍କର ଯୋଗଦାନ ବେଶ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।

JHARKHAND ASSEMBLY ELECTION 2024

ଝାଡ଼ଖଣ୍ଡରେ ଚଳିତ ଥର ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ନଭେମ୍ବର ୧୩ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୩୮ଟି ଆସନ ପାଇଁ ନଭେମ୍ବର ୨୦ରେ ହେବ ମତଦାନ। ନଭେମ୍ବର ୨୩ରେ ଆସିବ ଫଳାଫଳ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+