ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ ଜର୍ସି ପିନ୍ଧିବ ୱେଷ୍ଟଇଣ୍ଡିଜ; ୧୮ କ୍ୟାରେଟ ସୁନାରେ ଡିଜାଇନ

ୱେଷ୍ଟଇଣ୍ଡିଜ ଚାମ୍ପିଅନ ଟିମ୍ ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ ଜର୍ସି ପିନ୍ଧିବାକୁ ଯାଉଛି । ଏହି ଜର୍ସିକୁ ୱେଷ୍ଟଇଣ୍ଡିଜର ଲୋକପ୍ରିୟ ଖେଳାଳି ଡେୱନ ବ୍ରାଭୋ, କାୟରନ ପୋଲାର୍ଡ ଏବଂ କ୍ରିସ ଗେଲ୍ ଲଞ୍ଚ କରିଛନ୍ତି । ଏହି ଜର୍ସିକୁ ୧୮ କ୍ୟାରେଟ ସୁନାରେ ଡିଜାଇନ କରାଯାଇଛି ।

cricket jersey i

ୱେଷ୍ଟଇଣ୍ଡିଜ ଟିମ୍ ଜର୍ସିକୁ ୱାଲର୍ଡ ଚାମ୍ପିଅନସିପ ଅଫ ଲିଜେଣ୍ଡସ ଟୁର୍ଣ୍ଣାମେଣ୍ଟରେ ପିନ୍ଧି ଖେଳିବ । ଏହାର ଆରମ୍ଭ ଜୁଲାଇ ୧୮ ତାରିଖରୁ ହୋଇଯାଇଛି । ଏହି ଲିଗ ୨ ଅଗଷ୍ଟ ପର୍ଯ୍ୟନ୍ତ ଖେଳାଯିବ ।

ଏହି ଜର୍ସିକୁ ଦୁବାଇର ଲରେଞ୍ଜ ଗ୍ରୁପ ଚ୍ୟାନେଲ ୨ ଗ୍ରୁପ ସହିତ ମିଶାଇ କରିଛି । ୱାଲର୍ଡ ଚାମ୍ପିଅନ୍ସ ଅଫ୍ ଲିଜେଣ୍ଡସ ଟୁର୍ଣ୍ଣାମେଣ୍ଟରେ ୱେଷ୍ଟଇଣ୍ଡିଜର ଖେଳାଳି ପିନ୍ଧିବାର ଦେଖିବାକୁ ମିଳିବେ । ଏହି ଜର୍ସିକୁ ୱେଷ୍ଟଇଣ୍ଡିଜର ଖେଳାଳି ସାର କ୍ଲାଇବ ଲୟଡଙ୍କ ଠାରୁ ଆରମ୍ଭ କରି କ୍ରିସ୍ ଏବଂ ମର୍ଡନ ଲିଜେଣ୍ଡାରୀ ଖେଳାଳିଙ୍କ ସମ୍ମାନରେ କରାଯାଇଛି ।

ଏହି ଜର୍ସିକୁ ସ୍ପେଶାଲ ୱେଷ୍ଟଇଣ୍ଡିଜ ଟିମ୍ ପାଇଁ ୧୮ କ୍ୟାରେଟ ସୁନାରେ ପ୍ରସ୍ତୁତ କରାଯାଇଛି । ଏହି ଜର୍ସିରେ ୩୦ ଗ୍ରାମ, ୨୦ ଗ୍ରାମ ଏବଂ ୧୦ ଗ୍ରାମର ସୁନା ଥିବା ଏଡିସନରେ ଉପଲବ୍ଧ । ଏହି ଜର୍ସିର ଦାମ୍ ୩ ଲକ୍ଷ ଟଙ୍କା ବୋଲି ଜଣାପଡିଛି ।

ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୱେଷ୍ଟଇଣ୍ଡିଜ ଆଜିଠାରୁ ଅଭିଯାନ ଆରମ୍ଭ କରିବ । ୱେଷ୍ଟଇଣ୍ଡିଜ ଟିମ୍ ସାଉଥ ଆଫ୍ରିକା ସହିତ ମହାଁମୁହିଁ ହେବ । ୱେଷ୍ଟଇଣ୍ଡିଜ ଟିମର ଅଧିନାୟକତ୍ବ କରିବେ କ୍ରିସ ଗେଲ୍ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଟିମ୍ ଭାଗ ନେବ । ଏଥିରେ ଇଣ୍ଡିଆ ଚାମ୍ପିଅନ୍ସ, ଅଷ୍ଟ୍ରେଲିଆ ଚାମ୍ପିଅନ୍ସ, ପାକିସ୍ତାନ ଚାମ୍ପିଅନ୍ସ, ଇଂଲଣ୍ଡ ଚାମ୍ପିଅନ୍ସ ଭାଗ ନେବ । ଏହି ଟୁର୍ଣ୍ଣାମେଣ୍ଟରେ ଷ୍ଟାର ଖେଳାଳି ନଜର ଆସିବେ । ଏଥିରେ ସୁରେଶ ରାଇନା, ଯୁବରାଜ ସିଂ, ବ୍ରେଟ ଲି, ଓଏନ ମାର୍ଗନ ଏବଂ ଏବି ଡିବିଲିୟର୍ସ ନାମ ସାମିଲ ରହିଛି ।

ୱେଷ୍ଟଇଣ୍ଡିଜ ଟିମ : କ୍ରିସ ଗେଲ(ଅଧିନାୟକ), କିରୋନ ପୋଲାର୍ଡ, ଡେୱନ ବ୍ରାଭୋ, ଡେୱନ ସ୍ମିଥ, ଲେଣ୍ଡଲ ସିମନ୍ସ, ଶେଲ୍ଡନ କାଟରେଲ, ଶିବନାରାୟଣ ଚନ୍ଦ୍ରପାଲ, ଚେଡାୱିକ ୱାଲ୍ଟନ, ଶେନନ ଗୋବ୍ରିୟଲ, ଏଶଲେ ନର୍ସ, ଫିଡେଲ ଆଡଭର୍ଡସ, ୱିଲିୟମ ପାର୍କିନ୍ସ, ସୁଲେମାନ ବେନ୍, ଡେଭ ମହମ୍ମଦ, ନିକିତା ମିଲର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+