ଶେନ୍ ୱାର୍ଣ୍ଣଙ୍କ ଜୀବନର ସବୁଠୁ କଷ୍ଟଦାୟକ ମୁହୁର୍ତ୍ତ, ଯେବେ ଲୁଚି ଲୁଚି କାନ୍ଦୁଥିଲେ ଏହି 'ଫିରକି ଯାଦୁଗର'
ୱାର୍ଣ୍ଣଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେ ଏକାକୀ ଲୁଚି ଲୁଚି କାନ୍ଦୁଥିଲେ ।
ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ଶେନ୍ ୱାର୍ଣ୍ଣ କ୍ରିକେଟ୍ ଜଗତରେ 'ଫିରକି ଯାଦୁଗର' ଭାବେ ଜଣାଶୁଣା । ବହୁ ପ୍ରସିଦ୍ଧ ବ୍ୟାଟ୍ସମ୍ୟାନଙ୍କୁ ସେ ତାଙ୍କ ସ୍ପିନ ଫାଶରେ ଫସାଇଛନ୍ତି । ସେ ଟେଷ୍ଟ କ୍ୟାରିୟରରେ 708 ୱିକେଟ୍ ନେଇଥିଲେ। ସେ ଦୁନିଆର ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ଗଣିତି ହୁଅନ୍ତି । 52 ବର୍ଷ ବୟସରେ ୱାର୍ଣ୍ଣ ଦୁନିଆକୁ ଆଲବିଦା କହିଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅବଶ୍ୟ, ୱାର୍ଣ୍ଣଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେ ଏକାକୀ ଲୁଚି ଲୁଚି କାନ୍ଦୁଥିଲେ ।

ଆନ୍ତର୍ଜାତୀୟ ଡେବ୍ୟୁ ହେବାର ପ୍ରାୟ 3 ବର୍ଷ ପରେ ଶେନ୍ ୱାର୍ଣ୍ଣ ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ଥିଲା ସିମୋନ କାଲାହାନ୍ । ୱାର୍ଣ୍ଣ ଏବଂ ସିମୋନଙ୍କ ସମ୍ପର୍କରେ ମତଭେଦ ଦେଖା ଦେଇଥିଲା । 2005 ମସିହାରେ କଥା, ଯେତେବେଳେ ସେମାନଙ୍କ ବିବାହର 10 ବର୍ଷ ବିତିଯାଇଥିଲା । ହଠାତ୍ ଯେତେବେଳେ ସିମୋନ ୱାର୍ଣ୍ଣଙ୍କ ପରକୀୟା ସମ୍ପର୍କ ବିଷୟରେ ଜାଣିଲେ, ସେତେବେଳେ ସେ ମଧ୍ୟ ଭାଙ୍ଗି ପଡିଥିଲେ । ଉଭୟଙ୍କ ସମ୍ପର୍କରେ ଫାଟ ଆସିଥିଲା ଏବଂ ଛାଡପତ୍ର ପାଇଁ ମାମଲା କୋର୍ଟରେ ପହଞ୍ଚିଥିଲା ।
ଏକ ସାକ୍ଷାତକାରରେ ୱାର୍ଣ୍ଣ ଏ ବିଷୟରେ କହିଥିଲେ। ୱାର୍ଣ୍ଣ କହିଥିଲେ ଯେ, ଏହି ଘଟଣା ଦ୍ୱାରା ସେ ଗଭୀର ଭାଙ୍ଗି ପଡିଥିଲେ। କେବଳ ଏତିକି ନୁହେଁ, ସେ ବ୍ୟକ୍ତିଗତ ଭାବରେ ନିରୋଳା ସ୍ଥାନରେ ବସି କାନ୍ଦୁଥିଲେ । ଅବଶ୍ୟ, ଏହି ସମ୍ପର୍କ କେବେବି ସଠିକ୍ ରାସ୍ତାରେ ଫେରି ନଥିଲା ଏବଂ ଶେଷରେ ଉଭୟ 2010 ରେ ଛାଡପତ୍ର ହୋଇଥିଲେ । 1969 ମସିହାରେ ଭିକ୍ଟୋରିଆର ଫର୍ନଟ୍ରି ଅଲିରେ ଜନ୍ମ ହୋଇଥିବା ୱାର୍ଣ୍ଣ ଏକ ସାକ୍ଷାତକାରରେ କହିଥିଲେ ଯେ କାଲାହାନଙ୍କ ସହ ବ୍ରେକଅପ୍ ଏବଂ ଛାଡପତ୍ର ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ଥିଲା । ଏହା ୱାର୍ଣ୍ଣଙ୍କ ପିଲାମାନଙ୍କ ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଥିଲା ।
ବ୍ରିଟେନର କ୍ରିକେଟ୍ ପ୍ରଶଂସକମାନେ ତାଙ୍କୁ ଛାଡପତ୍ର ବିଷୟରେ ସବୁବେଳେ ମନେ ପକାଉଥିଲେ, ଯାହା ତାଙ୍କୁ ବହୁତ କଷ୍ଟ ଦେଉଥିଲା । କେବଳ ଏତିକି ନୁହେଁ, କ୍ରିକେଟ୍ ପ୍ରେମୀମାନେ ୱାର୍ଣ୍ଣଙ୍କ ସାମ୍ନାରେ 'ତୁମର ଶ୍ରୀମତୀ ଚାଲିଗଲେ?' ପରି ଗୀତ ଗାଉଥିଲେ, ଯାହା ତାଙ୍କୁ ବହୁତ ଖରାପ ଲାଗୁଥିଲେ। ସିମୋନ ଏବଂ ୱାର୍ନଙ୍କର 3 ସନ୍ତାନ ରହିଛି ।
ଆନ୍ତର୍ଜାତୀୟ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ୱାର୍ଣ୍ଣ 1992 ରେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିଲେ। ସେ ତାଙ୍କ କ୍ୟାରିୟରରେ 145 ଟେଷ୍ଟ ଖେଳି 708 ୱିକେଟ୍ ନେଇଥିଲେ। ସେ 194ଟି ଦିନିକିଆରେ 293 ୱିକେଟ୍ ନେଇଥିଲେ । 2008 ରେ ଆଇପିଏଲର ପ୍ରଥମ ସିଜନରେ ରାଜସ୍ଥାନ ରୟାଲ୍ସ ତାଙ୍କ ଅଧିନାୟକତ୍ୱରେ ଟାଇଟଲ୍ ଜିତିଥିଲା ।












Click it and Unblock the Notifications