ମର୍ଣ୍ଣେ ମର୍କେଲ ଟିମ୍ ଇଣ୍ଡିଆର ନୂଆ କୋଚ୍; ସେପ୍ଟେମ୍ବର ୧ରୁ ନେବେ ଦାୟିତ୍ଵ
ଟିମ୍ ଇଣ୍ଡିଆର ନୂଆ କୋଚ୍ ଘୋଷଣା ହୋଇଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ତଥା କିମ୍ବଦନ୍ତୀ କ୍ରିକେଟର ମର୍ଣ୍ଣେ ମର୍କେଲ ଭାରତୀୟ ଦଳର ନୂଆ ବୋଲିଂ ମର୍ଣ୍ଣେ ମର୍କେଲ ଭାରତୀୟପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ସହଯୋଗ କରିବାକୁ ନୂଆ ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି ।
୨୦୨୩ ଦିନିକିଆ ବିଶ୍ୱକପ ବେଳେ ମୋର୍କେଲ ପାକିସ୍ତାନ ଟିମର ବୋଲିଂ କୋଚ୍ ଥିଲେ। ତେବେ ଲିଗ ପର୍ଯ୍ୟାୟରୁ ପାକିସ୍ତାନ ବିଦାୟ ନେବାରୁ ମୋର୍କେଲ ବୋଲିଂ କୋଚ ପଦରୁ ଇସ୍ତଫା ଦେଇଥିଲେ। ପାକିସ୍ତାନ ବ୍ୟତୀତ ମୋର୍କେଲ ଆଇପିଏଲରେ କୋଲକତା ନାଇଟ ରାଇଡର୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଦିଲ୍ଲୀ ଡେୟାର ଡେଭିଲ୍ସ ସହ ମଧ୍ୟ କାମ କରି ସାରିଛନ୍ତି।

ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଟିମ୍ ଇଣ୍ଡିଆର ନୂଆ ବୋଲିଂ କୋଚ୍ ଭାବେ ଦାୟିତ୍ବ ଗ୍ରହଣ କରିବେ ମର୍ଣ୍ଣେ ମର୍କେଲ । ଆଗକୁ ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳ ଟେଷ୍ ସିରିଜ୍ ଖେଳିବାକୁ ଥିବା ବେଳେ ବୋଲିଂ କୋଚ୍ ଭାବେ କାର୍ଯ୍ୟଭାର ଆରମ୍ଭ କରିବେ ମର୍କେଲ । ଯାହାକି ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
ବଡ କଥା ହେଉଛି ପୂର୍ବରୁ ମର୍ଣ୍ଣେ ମର୍କେଲ ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଉଭୟ IPL ପ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସର କୋଚ୍ ଭାବେ କାର୍ଯ୍ୟ କରି ସାରିଛନ୍ତି । ଉଭୟ ୩ ବର୍ଷ ଧରି KKRର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । କେବଳ KKR ନୁହେଁ ଲକ୍ଷ୍ନୌ ସୁପର୍ ଜାଏଣ୍ଟରେ ମଧ୍ୟ ଉଭୟ ଗମ୍ଭୀର ଏବଂ ମର୍କେଲ କୋଚ୍ ଭାବେ କାର୍ଯ୍ୟ କରିଥିଲେ ।
ସେ ଦକ୍ଷିଣ ଆଫ୍ରିକା ପାଇଁ ୮୬ଟି ଟେଷ୍ଟ, ୧୧୭ ଦିନିକିଆ ଓ ୪୪ଟି ଟି-୨୦ ମ୍ୟାଚ୍ ଖେଳି ୫୪୪ଟି ୱିକେଟ ନେଇଛନ୍ତି।
ଏହାପୂର୍ବରୁ ଭାରତୀୟ କ୍ରିକେଟ ଟିମର ସହାୟକ ବା ସହଯୋଗୀ କୋଚ୍ ଭାବେ ବିସିସିଆଇ ଅଭିଷେକ ନାୟର ଓ ନେଦରଲ୍ୟାଣ୍ଡ୍ସର ପୂର୍ବତନ ଖେଳାଳି ରୟାନ ଟେନ ଡେସକାଟେଙ୍କୁ ନିଯୁକ୍ତ ଦେଇଥିଲା। ଉଭୟ ଶ୍ରୀଲଙ୍କା ବିପକ୍ଷ ସିରିଜକୁ ନିଜର କାର୍ଯ୍ୟ ଗମ୍ଭୀରଙ୍କ ସହ ମିଶି ଆରମ୍ଭ କରିଛନ୍ତି।
ଗମ୍ଭୀର ଆଇପିଏଲ ଟିମ କେକେଆରର ମେଣ୍ଟୋର ଥିବା ବେଳେ ନାୟର ଉକ୍ତ ଟିମର ସହାୟକ କୋଚ୍ ଓ ଡେସକାଟେ ଫିଲ୍ଡିଂ କୋଚ୍ ରହିଥିଲେ। ତେଣୁ ଉଭୟଙ୍କୁ ଗମ୍ଭୀରଙ୍କ ପରାମର୍ଶରେ ହିଁ ଟିମ ଇଣ୍ଡିଆର କୋଚିଂ ଟିମରେ ସାମିଲ କରାଯାଇଛି।
ବିଦାୟୀ କୋଚ୍ ରାହୁଲ ଡ୍ରାଭିଡଙ୍କ କୋଚିଂ ଟିମରେ ଫିଲ୍ଡଂ କୋଚ୍ ଥିବା ଟି ଦିଲୀପ ନିଜ ସ୍ଥାନ ବଜାୟୀ ରଖିଛନ୍ତି। ସେ ଗମ୍ଭୀରଙ୍କ କୋଚିଂ ଟିମରେ ମଧ୍ୟ ସପୋର୍ଟ ଷ୍ଟାଫ୍ଟ ଭାବେ କାର୍ଯ୍ୟ କରୁଛନ୍ତି।












Click it and Unblock the Notifications