ସେ ବଲିଉଡ ଅଭିନେତ୍ରୀ ଚାହୁଁଛନ୍ତି ସେଥିପାଇ...ଜାଣନ୍ତୁ ଏପରି କାହିଁ କହିଲେ ଶାମିଙ୍କ ପତ୍ନୀ
ICC World Cup 2023: ଆଇସିସି ବିଶ୍ୱକପ 2023 ରେ ଭାରତ ଶ୍ରୀଲଙ୍କାକୁ 302 ରନରେ ପରାସ୍ତ କରିଛି | ଏଥିରେ ସବୁଠାରୁ ବଡ ଭୂମିକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କର ଥିଲା, ଯିଏ 5 ୱିକେଟ୍ ନେଇଥିଲେ ଏବଂ ଶ୍ରୀଲଙ୍କା ମାତ୍ର 55 ରନରେ ଅଲଆଉଟ୍ ହୋଇଥିଲେ । କେବଳ ଏତିକି ନୁହେଁ ମହମ୍ମଦ ଶାମି ବର୍ତ୍ତମାନ ବିଶ୍ୱକପ୍ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି। ଖାସ କଥା ହେଉଛି ଖୁବ୍ ଅଳ୍ପ ସଂଖ୍ୟକ ଇନିଂସରେ ଏହି ରେକର୍ଡ ହାସଲ କରିପାରିଛନ୍ତି ।
ତେବେ ଆପଣ ଭାବୁଥିବେ ଆଜି ଏହି ଖେଳାଳିଙ୍କ ବିଷୟରେ ଏତେ ଆଲୋଚନା କ'ଣ ପାଇଁ ହେଉଛି । ହେଲେ ଏହି ଚର୍ଚ୍ଚା ସୋସିଆଲ ମିଡିଆରୁ ଆରମ୍ଭ ହୋଇଛି । ଗତ 5 ବର୍ଷ ଧରି ମହମ୍ମଦ ଶାମି ବିବାଦର ସମ୍ମୁଖୀନ ହୋଇ ଆସୁଛନ୍ତି । ଯେଉଁଥିପାଇଁ ସେ ଡିପ୍ରେସନରେ ମଧ୍ୟ ଥିଲେ । କୋର୍ଟ ମାମଲା ଏବଂ ଅନେକ ଅଭିଯୋଗ ପରେ କୌଣସି ଖେଳାଳି ଏପରି ଅନ୍ଦାଜରେ ପ୍ରତ୍ୟାବର୍ତ୍ତନ କରିବା ସହଜ ନୁହେଁ ।
ଶାମିଙ୍କ ପତ୍ନୀ ହସୀନ ଜାହାଁ ନିକଟରେ ଦେଇଥିବା ଏକ ବିବୃତିକୁ ନେଇ ମଧ୍ୟ ଚର୍ଚ୍ଚା ଜୋରଧରିଛି । ସେ କହିଛନ୍ତି , ଶାମି ଜଣେ କୋଟିପତି ବଲିଉଡ ଅଭିନେତ୍ରୀ ଚାହୁଁଛନ୍ତି ଏବଂ ଏହି ଉଦ୍ଦେଶ୍ୟରେ ସେ ମୋ ସହ ଏକ ବିବାଦ ଆରମ୍ଭ କରିଛନ୍ତି ।

ହସିନ ଜାହାଁ କହିଛନ୍ତି, "ଶାମି ଜଣେ କୋଟିପତି ବଲିଉଡ ଅଭିନେତ୍ରୀ ଚାହୁଁଛନ୍ତି । ଏହି ଉଦ୍ଦେଶ୍ୟରେ ସେ ମୋ ସହ ଏହି ବିବାଦ ସୃଷ୍ଟି କରିଛନ୍ତି । ସେ ତାଙ୍କ ପତ୍ନୀଙ୍କ ପ୍ରତି ଭଲପାଇବା କେବେ ଦେଖାଇ ନାହାଁନ୍ତି, ଏପରିକି ନିଜ ଝିଅର ଜୀବନ ବିଷୟରେ ମଧ୍ୟ ଚିନ୍ତା କରିନଥିଲେ । ଶାମି ମୋ ଜୀବନ ନଷ୍ଟ କରିଦେଇଛନ୍ତି ।
ନିଜ ଲୋଭ ପାଇଁ ଶାମି ସବୁକିଛି କରିଥିଲେ । ଭୁଲ କାମ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, "ଶାମି ସୋସିଆଲ ମିଡିଆରେ ଗୁଣ୍ଡାମାନଙ୍କୁ ନିଯୁକ୍ତି ଦେଇଛନ୍ତି, ଯେଉଁମାନେ ଭୁଲ ମନ୍ତବ୍ୟ ଦିଅନ୍ତି। ଯଦି କାହାର ସାହସ ଅଛି ତେବେ ଫୋନରେ ଏପରି କହିକି ଦେଖାନ୍ତୁ। 6 ବର୍ଷ ପୂର୍ବରୁ ମୁଁ ଆକ୍ସନ ନେଇକି ଭଲ କରିଛି ନଚେତ ମୋର୍ କେବେଠୁ ହତ୍ୟା କରାଯାଇ ସରନ୍ତାଣି । ଶାମିଙ୍କ ପତ୍ନୀ ଗୁରୁବାକ ଏକ ଖବରକାଗଜ ସହ ସାକ୍ଷାତକାରରେ ଏହା କହିଛନ୍ତି ।
ସୂଚନାଥାଉ ଯେ, ଗତକାଲି ମ୍ୟାଚରେ ଶ୍ରୀଲଙ୍କା ଦଳ 55 ରନ୍ ସ୍କୋର କରିବା ପରେ ଅଲ ଆଉଟ୍ ହୋଇଥିଲା ଏବଂ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ 302 ରନରେ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲା ।
ଶାମି 5 ୱିକେଟ୍ ନେଇଥିଲେ । ସେ ଏହି ବିଶ୍ୱକପରେ ଦ୍ୱିତୀୟ ଥର ପାଇଁ ପାଞ୍ଚଟି ୱିକେଟ୍ ନେଇଥିଲେ । ତାଙ୍କ ବ୍ୟତୀତ ସିରାଜ 3 ୱିକେଟ୍ ପାଇଛନ୍ତି । ପାଞ୍ଚ ୱିକେଟ ନେବା ସହ ସାମି ବିଶ୍ଵକପରେ ଭାରତ ପାଇଁ ସର୍ବାଧିକ ୱିକେଟ ନେଇଥିବା ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ ଜାହିର ଖାନ ସର୍ବାଧିକ ୪୪ ଟି ୱିକେଟ ନେଇଛନ୍ତି । ଶାମି ଏହି ରେକର୍ଡ଼ ଭାଙ୍ଗିଛନ୍ତି ।












Click it and Unblock the Notifications