Get Updates
Get notified of breaking news, exclusive insights, and must-see stories!

Mohammed Shami: କ'ଣ ସତରେ ଆତ୍ମହତ୍ୟା କରିଥାନ୍ତେ ଭାରତୀୟ କ୍ରିକେଟର ମହମ୍ମଦ ସାମି ?

Mohammed Shami: କ'ଣ ସତରେ ଆତ୍ମହତ୍ୟା କରିଥାନ୍ତେ ଭାରତୀୟ କ୍ରିକେଟର ମହମ୍ମଦ ସାମି ? ଏ ନେଇ ବଡ଼ ଖୁଲାସା ସାମ୍ନାକୁ ଆସିଛି । ସାମି ଏବେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସରେ ସେ ଡ୍ରେସିଂ ରୁମରେ ଦେଖାଦେଇ ପାରନ୍ତି ବୋଲି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ।

ତେବେ ସାମି ଟିମ୍ ଇଣ୍ଡିଆକୁ ଫେରିବା ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ପାଇଁ ଏକ ବଡ଼ ଖୁସି ଖବର ହୋଇଥିବା ବେଳେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା । ଉକ୍ତ ଖବରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କଣ ସତରେ ନିଜ ଜୀବନ ହାରିଥାନ୍ତେ ମହମ୍ମଦ ଶାମି।

Mohammed Shami

ଉକ୍ତ ଖୁଲାସା ଶାମିଙ୍କ ଆତ୍ମହତ୍ୟା ସହ ଜଡ଼ିତ ରହିଛି । ଶାମିଙ୍କର ଜଣେ ନିକଟତମ ବନ୍ଧୁ ଉମେଶ କୁମାର ଏହି ଖୁଲାସା କରିଛନ୍ତି । ଶୁଭଙ୍କର ମିଶ୍ରାଙ୍କ ପଡକାଷ୍ଟ 'ଅନପ୍ଲଗଡ'ରେ ଉମେଶ ତାଙ୍କର ବନ୍ଧୁ ଶାମିଙ୍କ ନେଇ ଏଭଳି ଖୁଲାସା କରିଛନ୍ତି । ନିଜ ଉପରେ ଆସିଥିବା ମ୍ୟାଚ ଫିକ୍ସିଂ ଅଭିଯୋଗକୁ ନେଇ ଶାମି ଚିନ୍ତିତ ରହିଥିଲେ । ପତ୍ନୀ ହସୀନ ଜହାଁଙ୍କ ଅଭିଯୋଗ କାରଣରୁ ଶାମି ବହୁମାତ୍ରାରେ ଭାଙ୍ଗିପଡ଼ିବା ସହିତ ମାନସିକ ସ୍ତରରେ ଅବସାଦ ଘେରକୁ ଚାଲିଯାଇଥିଲେ । ପାକିସ୍ତାନ ଠାରୁ ମ୍ୟାଚ ଫିକ୍ସିଂ କରିଥିବା ଅଭିଯୋଗ ଶାମିଙ୍କ ରାତିର ନିଦ ହଜାଇ ଦେଇଥିଲା ।

ଶାମି ସବୁକିଛି ସହ୍ୟ କରିପାରନ୍ତି, ମାତ୍ର ମ୍ୟାଚ ଫିକ୍ସିଂ ଅଭିଯୋଗକୁ କଦାପି ବରଦାସ୍ତ କରିପାରିବେ ନାହିଁ ବୋଲି ଉମେଶ କହିଥିଲେ । ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିବା ରାତିରେ ଶାମି ନିଜ ସହ କିଛି ଖରାପ କରିବାକୁ ଚିନ୍ତା କରୁଥିଲେ । ସମ୍ଭବତଃ ସେ ନିଜକୁ ସମାପ୍ତ କରିବାକୁ ଭାବୁଥିଲେ ।

ପାହାନ୍ତା ୪ଟା ସମୟରେ ଉମେଶ ପାଣି ପିଇବାକୁ ଉଠିଥିବା ସମୟରେ ଶାମି ୧୯ତମ ଫ୍ଲୋରର ବାଲକୋନୀରେ ଛିଡ଼ା ହୋଇରହିଥିଲେ । ସେହି ରାତି ଶାମିଙ୍କ ପାଇଁ ଅତ୍ୟନ୍ତ ଭୟାନକ ଓ ଦୀର୍ଘ ରହିଥିଲା । ଯେଉଁଦିନ ଶାମିଙ୍କ ମୋବାଇଲକୁ ତାଙ୍କର କ୍ଲିନଚିଟ୍ ନେଇ ମେସେଜ୍ ଆସିଥିଲା ସେଦିନ ଶାମି ବହୁତ ଖୁସିଥିଲେ ବୋଲି ଉମେଶ କହିଛନ୍ତି । ସେହି ସମୟର ଖୁସି ଶାମିଙ୍କ ପାଇଁ ବିଶ୍ୱକପ୍ ଜିତିବାର ଖୁସି ପରି ଥିଲା ବୋଲି ଉମେଶ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+