Mohammad Shami: ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି, ବେଙ୍ଗଲ ଦଳରେ ମହମ୍ମଦ ସାମିଙ୍କୁ ମିଳିଲା ସ୍ଥାନ
Mohammad Shami: ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ପାଇଁ ବେଙ୍ଗଲ ଦଳ ଘୋଷଣା କରାଯାଇଛି । ସିନିୟର ପେସ୍ ବୋଲର ମହମ୍ମଦ ସାମିଙ୍କୁ ଦଳରେ ସ୍ଥାନ ମିଳିଛି । ୩୬୦ ଦିନ ପରେ ଗ୍ରାଉଣ୍ଡକୁ ଫେରିଥିବା ସାମି ଗତ ମଧ୍ୟ ପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମୁକାବିଲା ଖେଳି ୭ଟି ୱିକେଟ୍ ନେବା ସହ ସମ୍ପୂର୍ଣ୍ଣ ଫିଟ୍ ଥିବା ପ୍ରମାଣ କରିଥିଲେ ।
ତଥାପି ତାଙ୍କୁ ଆଉ କିଛି ଘରୋଇ କ୍ରିକେଟ୍ ମ୍ୟାଚ୍ ଖେଳିବା ପାଇଁ ନିର୍ଦ୍ଦେଶ ମିଳିଛି ।

ଗତ ବର୍ଷ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍ ସମୟରେ ସାମି ଆହତ ହୋଇଥିଲେ । ବିଶ୍ୱକପ୍ ଶେଷ ହେବା ପରେ ସେ ଆଘାତ ସ୍ଥାନରେ ଅସ୍ତ୍ରୋପଚାର କରିଥିଲେ । ଫିଟ୍ ହେବା ପାଇଁ ତାଙ୍କୁ ଅଧିକ ସମୟ ଲାଗିଥିଲା । ଟିମ ମ୍ୟାନେଜମେଣ୍ଟ ମଧ୍ୟ ତରବରିଆ ଭାବେ ତାଙ୍କୁ ଦଳକୁ ଡ଼କାଇବାକୁ ଚାହୁଁନଥିବା ସ୍ପଷ୍ଟ କରିଥିଲା । ସାମି ସମ୍ପୂର୍ଣ୍ଣ ମ୍ୟାଚ୍ ଫିଟ୍ ହେବା ପର୍ଯ୍ୟନ୍ତ ଦଳ ଅପେକ୍ଷା କରିବ ବୋଲି ପୂର୍ବରୁ ରୋହିତ ଶର୍ମା ସ୍ପଷ୍ଟ କରିଥିଲେ । ରଣଜୀ ଟ୍ରଫି ମୁକାବିଲା ଖେଳି ସାମି ୫ଦିନିଆ ମ୍ୟାଚ୍ ଖେଳିବା ପାଇଁ ପ୍ରସ୍ତୁତ ଥିବା ପ୍ରମାଣ କରିଛନ୍ତି ।
ଦଳ: ସୁଦୀପ୍ତ କୁମାର ଘରାମି, ଅଭିଷେକ ପୋରେଲ, ସୁଦିପ ଚାଟ୍ଟାର୍ଜୀ, ସାହବାଜ ଅହମ୍ମଦ, କରଣ ଲାଲ, ଋତିକ ଚାଟ୍ଟର୍ଜୀ, ଋତ୍ୱିକ ରୟ ଚୌଧୁରୀ, ସକିର ହବିବ ଗାନ୍ଧି, ରଣଜୋତ ସିଂହ ଖଇରା, ପ୍ରୟାସ ରୟ ବର୍ମନ, ଅଗ୍ନିଭ ପାନ, ପ୍ରଦୀପ୍ତ ପ୍ରମାଣିକ, ସକ୍ଷମ ଚୌଧୁରୀ, ମହମ୍ମଦ ସାମି, ଇଶାନ ପୋରେଲ, ମହମ୍ମଦ କୈଫ, ସୂରଜ ସିନ୍ଧୁ ଜୈସ୍ୱାଲ, ସାୟନ ଘୋଷ, କନିଷ୍କ ସେଠ୍, ସୌମ୍ୟଦୀପ ମଣ୍ଡଳ ।












Click it and Unblock the Notifications